ନୟାଗଡ଼ ସୌରବ୍ରାହ୍ମଣ ସମାଜର ବାର୍ଷିକ ସଭା

ନୟାଗଡ଼ ପ୍ରତାପପ୍ରସାଦ ମା ଭୈରବୀ ମନ୍ଦିର କଲ୍ୟାଣି ମଣ୍ଡପ ଠାରେ ଶାକାଦ୍ବୀପୀ ସୌର ବ୍ରାହ୍ମଣ ସମାଜର ବାର୍ଷିକ ସଭା ଅନୁଷ୍ଠିତ ହୋଇଛି, ଉକ୍ତ ସଭା ରେ ନୟାଗଡ଼ ଜିଲ୍ଲା ସୌର ବ୍ରାହ୍ମଣ ସଭାପତି ପଣ୍ଡିତ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ନାୟକ ସଭାପତିତ୍ୱ କରିଥିଲେ,ପଣ୍ଡିତ ଶ୍ରୀ ଶିବନାରାୟଣ ମିଶ୍ର ଅତିଥି ଭାବେ ଯୋଗ ଦେଇ ଭୁର୍ଗୁଜ୍ୟୋତିଷ ଶାସ୍ତ୍ର ଉପରେ ଆଲୋଚନା କରିଥିଲେ,ପଣ୍ଡିତ ଶ୍ରୀ ରନ୍ତାକର ନାୟକ ବାର୍ଷିକବିବରଣୀ ପାଠ କରିଥିଲେ, ପଣ୍ଡିତ ଶ୍ରୀ ଗଦାଧର ନାୟକ ସ୍ୱାଗତ ଭାଷଣ ଦେଇଥିଲେ,

ପଣ୍ଡିତ ଶ୍ରୀ ଗଣନାଥ ନାୟକ, ପଣ୍ଡିତ ଶ୍ରୀ ଶୁଭମ ନାୟକ, ପଣ୍ଡିତ ଶ୍ରୀ ରଙ୍କନିଧି ନାୟକ, ପଣ୍ଡିତ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ନାୟକ, ପଣ୍ଡିତ ଶ୍ରୀ କୁମୁଦ କୁମାର ନାୟକ, ପଣ୍ଡିତ ଶ୍ରୀ କୁମର ନାୟକ, ପଣ୍ଡିତ ଶ୍ରୀ ଲଷ୍ମୀଧର ନାୟକ, ଶ୍ରୀ ଧନେଶ୍ୱର ନାୟକ,ପ୍ରମୁଖ ଜ୍ୟୋତିଷ ଶାସ୍ତ୍ର ଉପରେ ଆଲୋଚନା କରିଥିଲେ l ଆସନ୍ତା ବର୍ଷ ସୌର ବ୍ରାହ୍ମଣ ପକ୍ଷରୁ ଶାମ୍ବଦଶମୀ ରେ ଯଜ୍ଞ କରାଯିବl ସହିତ ସମୂହବ୍ରତୋପନୟନ କରାଯିବ ବୋଲି ସ୍ଥିର କରାଗଲା l ଶେଷରେ ସୌର ବ୍ରାହ୍ମଣ ସମାଜର ଉପସଭାପତି ପଣ୍ଡିତ ଶ୍ରୀ ରଶ୍ମିରଞ୍ଜନ ନାୟକ ଧନ୍ୟବାଦ ଦେଇଥିଲେ l

Leave a Reply

Your email address will not be published. Required fields are marked *