ଗିରିଧାରୀ ଆଶ୍ରମ ରେ ବେଶ୍ଯ ବଣିକ ସଂଘ ର ବାର୍ଷିକ ବୈଠକ
ଗିରିଧାରୀ ଆଶ୍ରମ ରେ ବେଶ୍ଯ ବଣିକ ସଂଘ ର ବାର୍ଷିକ ବୈଠକ ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ଷଡ଼ଙ୍ଗୀ ଗ୍ରାମ ପଞ୍ଚାୟତ ର ଝାରଦା ଗ୍ରାମରେ ଗିରିଧାରୀ ଆଶ୍ରମ ରେ ଭୀମ ନଗରୀ ଥାନ ର ବାର୍ଷିକ ବୈଠକ ସଭାପତି ଗୋବର୍ଦ୍ଧନ ନାୟକ ଙ୍କ ଅଧ୍ୟକ୍ଷତାରେ ମାର୍ଚ୍ଚ ମାସ ତେର ତାରିଖ ପୂର୍ବାହ୍ନ ରେ ଅନୁଷ୍ଠିତ ହୋଇଯାଇଅଛି।

ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ହରିହର ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ବୈଠକ ରେ ମୁଖ୍ୟ ଅତିଥି ଭାବେ କେନ୍ଦୁ ପାଟଣା କେନ୍ଦ୍ରୀୟ ସଂପାଦକ ସନ୍ତୋଷ କୁମାର ସାହୁ ମୁଖ୍ୟ ବକ୍ତା ଭାବେ କେନ୍ଦ୍ରୀୟ ସଂଗଠନ ସଂପାଦକ ସୁଶାନ୍ତ କୁମାର ପୃଷ୍ଟି, ସମ୍ମାନିତ ଅତିଥି ଭାବେ ହରିହର ପୁର ଥାନ ସଂପାଦକ ସୁରେନ୍ଦ୍ର କୁମାର ସାହୁ ଉପସ୍ଥିତ ହୋଇ ଉଦ୍ ବୋଧନ ଦେଇଥିଲେ। ସଂପାଦକ ବିଜୟ କୁମାର ପୃଷ୍ଟି ସଂପାଦକୀୟ ବିବରଣୀ ଉପସ୍ଥାପନା କରିଥିଲେ ।ଥାନ ର ସମସ୍ତ ସଦସ୍ୟ ଉପସ୍ଥିତ ହୋଇ ଆଲୋଚନା ରେ ସକ୍ରୀୟ ସହଯୋଗ କରିଥିଲେ।
