ବଜାର ଅଟୋ ସଂଘ ଦ୍ୱାରା ମା ଗଜ ଲକ୍ଷ୍ମୀ ଙ୍କ ବାର୍ଷିକ ପୂଜା ।
କନ୍ଧମାଳ ,ଫୁଲବାଣୀ କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରେ ମୁଖ୍ୟ ବଜାରରେ , ବଜାର ଅଟୋସଂଘ ଦ୍ୱାରା ମାଗଜ ଲକ୍ଷ୍ମୀ ଙ୍କ ପୂଜା ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସଂଘର ସଭାପତି ସେଖ ସଲିମ, ଉପ ସଭାପତି ଅଜିତ୍ କୁମାର ସାହୁ, ସମ୍ପାଦକ ମହାଦେବ ସେଠୀ, କୁସାଧ୍ୟକ୍ଷ ରାଜା ଖାନ୍ ଙ୍କ ନେତୃତ୍ୱରେ ବିଗତ ତା ୦୫/୧୦/୨୦୨୫ ରିଖରେ ପୂରୋହିତ ବିଦ୍ୟମାନ ଶ୍ରୀ ସଞ୍ଜୟ କୁମାର ଦାସ ଙ୍କ କହିବାନୁଯାୟୀ ଅ।ସ୍ପିନ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ମାଙ୍କ ଯାତ୍ରା ନିମନ୍ତେ କଳସ ଯାତ୍ରା, ଶୁକ୍ଳପକ୍ଷ କୁମାର ପୂର୍ଣ୍ଣିମାରେ ମା ଙ୍କ ପୂଜା ଆରମ୍ଭ ହୋଇ ଏହି ଆସନ୍ତା ୧୦/୧୦/୨୦୨୫ ରିଖରେ ସମାପନ ହେବବୋଲି ଦିବ୍ୟ ଗୁରୁ ମହା ପଣ୍ଡିତ ଶ୍ରୀ ଦାସ କହିଥିଲେ କମିଟିର ସଭାପତି ଶ୍ରୀ ସେଖ ସଲିମ୍ କହିଥିଲେକି? ଏହି ପୂଜା ଆମେ ସମସ୍ତେ ବଜାର ଅଟୋ ସଂଘର କର୍ମକର୍ତ୍ତା ମିଳିମିଶି, ଏକ ମନ, ଏକପ୍ରାଣ ହୋଇ ମାଙ୍କ ପୂଜା ଦୀର୍ଘ ବର୍ଷ ହେଲା କରିଆସିଅଛୁ। ଚଳିତ ବର୍ଷ ମଧ୍ୟ ମାଙ୍କ ପୂଜା ମଧ୍ୟରେ ଭକ୍ତଙ୍କ ମନରଞ୍ଜ ଓ ପୂଜାକୁ ସରସ ସୁନ୍ଦର କରିବା ପାଇଁ ୦୮/୧୦/୨୦୨୫ ରିଖରେ ଭକ୍ତଙ୍କ ପାଇଁ କନିକା ପ୍ରସାଦ, ୦୯/୧୦/୨୦୨୫ ରିଖରେ ଦିପ୍ରହ୍ରରରେ ସପସ୍ତ ପାଇଁ ଖାଦ୍ୟ, ସଂଧ୍ୟା ରେ ମେଲୋଡି କାର୍ଯ୍ୟ କ୍ରମ,ଓ ୧୦/୧୦/୨୦୨୫ ରିଖରେ ମାଙ୍କ ମୂର୍ତ୍ତି ବିସର୍ଜନ କରିବାର କାର୍ଯ୍ୟକ୍ରମ ରହିଅଛି । ମାଆ ଙ୍କ ସୁନ୍ଦର୍ ପ୍ରତିମୂର୍ତ୍ତି ସହିତ ପୂଜାମଣ୍ଡପ ଅତି ସୁନ୍ଦର୍ ଭ।ବାରେ ବିଭିନ୍ନ ପ୍ରକାରର ଆଲୋକରେ ସାଜସଜ ହୋଇଥିବା ଦେଖିବାକୁ ମିଳିଥିଲା । ପ୍ରତିଦିନ ସଂଧ୍ୟା ରେ ହଜ।ର ହଜାର ସଂଖ୍ୟାରେ ମାଙ୍କ ସୁନ୍ଦର୍ ପୂଜା ଦେଖିବାକୁ ଲୋକ ମାନେ ଆସୁଥିବା ଦେଖିବାକୁ ମିଳିଥିଲା ।
