ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ
ହିଞ୍ଜିଳିକାଟୁ:-୨୮/୧୨( ) ହିଞ୍ଜିଳିକାଟୁ ପୈାରାଞ୍ଚଳ ସୋମପୁର ସ୍ଥିତ ଓମ୍ ଶ୍ରୀ ଇଣ୍ଟରନ୍ୟାସନାଲ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଶନିବାର ଉଦଯାପିତ ହୋଇଯାଇଛି। ଉଦଘାଟନ ଉତ୍ସବକୁ ବିଦ୍ୟାଳୟର ଅଧ୍ୟକ୍ଷ ଏଲ୍. କାମେଶ୍ଵର ରାଓ ମଶାଲ ଜାଳି ଶୁଭ ଉଦଘାଟନ କରିଥିଲେ। ଏହି ଅବସରରେ ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ କ୍ରିକେଟ, କବାଡି, ଦୈ।ଡ, ଉଚ୍ଚ ଡିଆଁ, ମ୍ୟୁଜିକାଲ ଚେୟାର, ଲମ୍ବା ଡିଆଁ, ବାଟି ଚାମଚ ସମେତ ବହୁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉଦଯାପନୀ ଉତ୍ସବ ଶନିବାର ଦିନ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଫେନ୍ସି ଡ୍ରେସ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ବାର୍ଷିକ ଉତ୍ସବରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ ବୋଲି ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ପତିତପାବନ ଆଚାରୀ ପରିଚାଳନା କରିଥିଲେ। ରାକେଶ ମହାରଣା, ସଞ୍ଜିବ ଝା, ବଳରାମ ସାହୁ, ପ୍ରଭଞ୍ଜନ ଷଡ଼ଙ୍ଗୀ , ଉଷାରାଣୀ ସାହୁ, ସନ୍ଧ୍ୟା ସାବତ, ଅନିଶା ଦଳାଇ, ନିଳେନ୍ଦ୍ରୀ ବେହେରାଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।
