ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କପିଳାସ ରେ ‌ବାର୍ଷିକ କ୍ରୀଡା ପ୍ରତିଯୋଗିତା

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କପିଳାସ ରେ ‌ବାର୍ଷିକ କ୍ରୀଡା ପ୍ରତିଯୋଗିତା ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ମଙ୍ଗଳ ବିଭାଗ ଦ୍ବାରା ପରିଚାଳିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କପିଳାସ ରେ ‌ବାର୍ଷିକ କ୍ରୀଡା ପ୍ରତିଯୋଗିତା ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ନିଶାମଣି ଦେଇ ଙ୍କ ଅଧ୍ୟକ୍ଷତାରେ ଡିସେମ୍ବର ମାସ ୬ତାରିଖ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ କୁ ସ୍ଥାନୀୟ ଦେଓଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚ ବିଜୟ କୁମାର ଦେହୁରୀ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଉଦ୍ ଘାଟନ କରିଥିଲେ ଓ ଉଦ୍ ବୋଧନ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ପରିଚାଳନା ପରିଷଦ ସଭାପତି ବିପିନ କୁମାର ବେହେରା ଓ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମୋ ସ୍କୁଲ‌ ଅଭିଯାନ ର ସଭାପତି ଯୁଗଳ କିଶୋର ମିଶ୍ର ଉଦ୍ ବୋଧନ ଦେଇଥିଲେ। ଏହି କ୍ରୀଡା କୁ ପରିଚାଳନା କରିଥିଲେ ଶିକ୍ଷୟିତ୍ରୀ ନନ୍ଦିନୀ ରାଉଳ, ହକି କୋଚ୍ ଫ୍ଲୋରେନ୍ସିଆ ଏକ୍କା,ମୋ ସ୍କୁଲ ଅଭିଯାନ ର ସଭାପତି ଯୁଗଳ କିଶୋର ମିଶ୍ର। ବିଦ୍ୟାଳୟ ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସମସ୍ତ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ସକ୍ରୀୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *