ଜାତୀୟ ବିଜ୍ଞାନ ଦିବସ ସହ ବାର୍ଷିକ କ୍ରୀଡା ପ୍ରତିଯୋଗୀତା
ରାୟଗଡ଼ା ୨୮/୦୨- ସ୍ଥାନୀୟ ଗୋପବନ୍ଧୁ ଦ୍ଵିଭାସୀ ଉଚ୍ଚ ବିଦ୍ୟାଳୟ, JK ପୁର ଠାରେ ଜାତୀୟ ବିଜ୍ଞାନ ଦିବସ ସହ ବାର୍ଷିକ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଏହା ୩ଦିନ ଧରି ଚାଲିବ। ସର୍ବ ପ୍ରଥମେ ସ୍ଥାନୀୟ ଦୁର୍ଗା ମନ୍ଦିର ଠାରୁ ମଶାଲ ଜାଳି ଶୋଭାଯାତ୍ରାରେ ଅଣାଯାଇଥିଲା । ପରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ R. କେଶବ ରାଓ ବିଦ୍ୟାଳୟ ପତାକା ଉତୋଳନ କରି ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆରମ୍ଭ ହେଲା ବୋଲି ଘୋଷଣା କରିଥିଲେ। ପରେ କ୍ରୀଡା ଶିକ୍ଷକ ଶ୍ରୀ ସୁଧୀର କୁମାର ସ୍ୱାଇଁ ପିଲା ମାନଙ୍କୁ ଶପଥ ପାଠ କରାଇଥିଲେ। ଶିକ୍ଷକ ରମେଶ ଚନ୍ଦ୍ର ସାହୁ କେଉଁ କେଉଁ ପ୍ରତିଯୋଗିତା ଅନୁଷ୍ଠିତ ହେବ ସୂଚନା ପ୍ରଦାନ କରିଥିଲେ। ଏଥିରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ଉପସ୍ଥିତ ହୋଇଥିଲେ। କ୍ରୀଡା ପ୍ରତିଯୋଗିତା ରେ ସଫଳ ଛାତ୍ର ଛାତ୍ରୀଙ୍କୁ ଆଗାମୀ ବାର୍ଷିକ ଉଚ୍ଚବରେ ପୁରସ୍କାର ପ୍ରଦାନ କରାଯିବ।
