ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ
ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ।ସୋରଡ଼ା ()ଗଞ୍ଜାମ ଜିଲ୍ଲା ସୋରଡ଼ା B କୋଟିବାଡ଼ି ଉନ୍ନୀତ ଉଚ୍ଚବିଦ୍ୟାଳୟ ପରିସରରେ ଦୁଇଦିନ ଧରି ବାର୍ଷିକ କ୍ରୀଡା ଉତ୍ସବ ପାଳିତ ହୋଇଯାଇଛି l ଉଦଘାଟନ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସନାତନ ପ୍ରଧାନ ପ୍ରଦୀପ ପ୍ରଜ୍ବଳନ କରି ଅନୁଷ୍ଠାନିକ ଭାବେ ଏହି କ୍ରୀଡା ଉତ୍ସବକୁ ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ରବୀନ୍ଦ୍ର ମଲ୍ଲିକ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l ଏଥିସହ ସଂସ୍କୃତ ଶିକ୍ଷକ ଶ୍ୟାମଘନ ଗୌଡ଼ ଅତିଥି ମାନଙ୍କୁ ସ୍ୱାଗତ ସମ୍ବୋର୍ଧନ ଜଣାଇଥିଲେ l ଦୁଇ ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ଆଜି ଏହାର ଉଦଯାପନୀ ଉତ୍ସବ ପାଳିତ ହୋଇଯାଇଛି l ଆଜିର ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚଙ୍କ ସହ CRCC କାହ୍ନୁ ଚରଣ ପ୍ରଧାନ ଯୋଗ ଦେଇଥିଲେ l ଏବଂ ନିଜ ଅଭିଭାଷଣ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବ ସହ କ୍ରୀଡା ସମ୍ପର୍କିତ ବିଭିନ୍ନ ବିଷୟରେ ବୁଝାଇ ଛାତ୍ରଛାତ୍ରୀଙ୍କର ମନୋବଳ ବଢ଼ାଇଥିଲେ l ଏହି କ୍ରୀଡା ଉତ୍ସବରେ 200 ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ l ଏହି ଦୁଇଦିନିଆ କ୍ରୀଡା ପ୍ରତିଯୋଗିତାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ବିଦ୍ୟାଳୟର ପରିଚାଳନା କମିଟି ସମ୍ପୂର୍ଣ ସହଯୋଗ କରିଥିଲେ
