ସତ୍ୟନାରାୟଣ ହାଇସ୍କୁଲରେ ବାର୍ଷିକ କ୍ରିଡ଼ା ଉତ୍ସବ।

ତିର୍ତ୍ତୋଲ:ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗରାମ ପଞ୍ଚାୟତ ରେ ଥିବା ଶ୍ରୀ ଶ୍ରୀ ସତ୍ୟନାରାୟଣ ସରକାରୀ ଉଚ୍ଚବିଦ୍ୟାଳୟ ଅଲଣା ର ୪୪ ତମ ବାର୍ଷିକ କ୍ରିଡ଼ା ଉତ୍ସବ ଉତ୍ସବ ଉଦଯାପିତ ହୋଇଯାଇଅଛି। ତିନି ଦିନ ଧରି ଏହି ବାର୍ଷିକ କ୍ରିଡ଼ା ଉତ୍ସବ ଅନୁଷ୍ଠିତ ହୋଇଥିବାବେଳେ ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଗରାମ ପଞ୍ଚାୟତ ର ସମିତି ସଭ୍ୟ ଉମେଶ ଚନ୍ଦ୍ର ବାରିକ,ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଦିପ୍ତ କୁମାର ଦାଶ, ଆଲୁମୁନି ସଭାପତି ରବିନ୍ଦ୍ର କୁମାର ଲେଙ୍କା,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୋମ୍ୟକାନ୍ତ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ୪ନଂ ଯୋନ୍ ର ଜିଲ୍ଲାପରିଷଦ ଗଙ୍ଗାଧର ବିଶ୍ୱାଳ , ମୁଖ୍ୟବକ୍ତା ଝଙ୍କଡ଼ ରତ୍ନ ଗୋଲଖ ବିହାରୀ ପଲାଇ,ସ୍କୁଲ ର ପୂର୍ବତନ ଶିକ୍ଷକ ସରୋଜ କୁମାର ରଥ, ଶଙ୍କର୍ଷଣ ନାୟକ, ଘନଶ୍ୟାମ ମଲ୍ଲିକ,ହୃଷିକେଶ ନାଥ ଓ ସ୍କୁଲର ପ୍ରାପ୍ତନ ଛାତ୍ର ସୁଶାନ୍ତ କୁମାର ସତପଥି, ଅଭୟ କୁମାର ଜେନା, କୈଳାସ ଚନ୍ଦ୍ର ପରିଡ଼ା,ପ୍ରଭାତ କୁମାର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

ଉପସ୍ଥିତ ଅତିଥିମାନେ ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।ଏହି ବାର୍ଷିକ କ୍ରିଡ଼ା ଉତ୍ସବ କୁ ବିଦ୍ୟାଳୟ ର କ୍ରିଡ଼ା ଶିକ୍ଷୟିତ୍ରୀ ରସ୍ମିତା ସାହୁ,ଆନନ୍ଦ ସାଗର ପଣ୍ଡା, ସ୍ଥିତପ୍ରଜ୍ଞା ମଲ୍ଲିକ, ସ୍ବୟଂପ୍ରଭା ଖଟୁଆ,ଜୟଶ୍ରୀ ମହାପାତ୍ର, ପ୍ରଦିପ୍ତ କୁମାର ନନ୍ଦ,ସୁଜିତ କୁମାର ସ୍ବାଇଁ, ଦେବାଶିଷ ସାହୁ, ସୁଦର୍ଶନ ସ୍ବାଇଁ , ଲୋକନାଥ ବିଶ୍ଵାଳ , ସନ୍ତୋଷ ମଲ୍ଲିକ, ବିଶ୍ଵଜିତ ବେହେରା,ଚିନ୍ମୟୀ ପଲାଇ,ଟୁନିଲତା ପରିଡ଼ା, ପୂର୍ଣିମା ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ। ଆଗାମୀ ଦିନରେ ସୁବର୍ଣ୍ଣ ଜୟନ୍ତୀ ଙ୍କୁ ବେଶ ଆଡ଼ମ୍ବର ରେ ପାଳନ କରାଯିବ ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ।ପରିଶେଷରେ କ୍ରିଡ଼ାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସାର୍ଟିଫିକେଟ, ସିଲ୍ ଓ କପ୍ ପ୍ରଦାନ କରାଯାଇ ଧ୍ୱଜା ଅବତରଣ କରାଯାଇଥିଲା। ଏହି କ୍ରିଡ଼ା ଉତ୍ସବ ରେ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *