ସ୍ଵାମୀ ଅରୂପାନନ୍ଦ ଡିଗ୍ରୀ ମହାବିଦ୍ୟାଳୟ ରେ ବାର୍ଷିକ କ୍ରିଡାଉତ୍ସବ।

ରଘୁନାଥପୁର ତା ୧୭/୧:-ରଘୁନାଥପୁର ବ୍ଲକ କୣତାଙ୍ଗସ୍ଥିତ ସ୍ଵାମୀଅରୂପାନନ୍ଦ ଡିଗ୍ରୀ ମହାବିଦ୍ୟାଳୟ ର ବାର୍ଷିକ କ୍ରିଡାଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବକୁ ମହାବିଦ୍ୟାଳୟ ପରିଷରରେ ଅଧକ୍ଷ ଦୟାନିଧି ରାଉତରାୟ ଆନୁଷ୍ଠାନିକଭାବେ ଉଦଘାଟନ କରିକହିଥିଲେ ବିଦ୍ୟାଅଧ୍ୟୟନ ସହିତ କ୍ରିଡାର ମଧ୍ୟ ଆବଶ୍ୟକ ରହିଛି।କ୍ରିଡା ଶାରୀରିକ ଅଭିବୃଦ୍ଧି କରିବା ସହିତ ମନପ୍ରଫୁଲ ରଖିଥାଏ।ଏଥିରେ ଶିକ୍ଷା ବିଭାଗ ଡେମଟ୍ରେଟର ଶୁଭ୍ରସଲ୍ଲିକା ପ୍ରିୟଦର୍ଶିନୀ ଙ୍କ ପରିଚାଳନା ରେ ଛାତ୍ରଛାତ୍ରୀ ମାଙ୍କ ଦ୍ବାରା ବିଭିନ୍ନ କ୍ରିଡା ପ୍ରତିଯୋଗୀତା କରାଯିବାସହ ନୣତ୍ୟ ଗୀତ ପରିବେଷଣ କରାଯାଇଥିଲା। ଏଥିରେ କୣତିଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣକରାଯିବ।କାର୍ଯ୍ୟକ୍ରମ ଶେଷରେ ଲାଇବ୍ରେରୀ ଆନ ଧନ୍ୟବାଦ ଅର୍ପଣ କରିଥିଲେ।ଏଥିରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅଧ୍ୟକ୍ଷା ଓ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଥିବାରୁ ଛାତ୍ରଛାତ୍ରୀ ମାନେ ଅଧ୍ୟକ୍ଷ ଶ୍ରୀ ରାଉତରାୟ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *