ଶ୍ରୀ ସତ୍ୟ ସାଇ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବ

ତିର୍ତୋଲ: ବୈରାଗିମଠ ରେ ଅବସ୍ଥିତ ଶ୍ରୀ ସତ୍ୟସାଇ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବର ଉଦଯାପନୀ ତଥା ପୁରସ୍କାର ବିତରଣୀ ଉତ୍ସବ ଗତକାଲି ମକର ସଂକ୍ରାନ୍ତି ଅବସରରେ ପାଳିତ ହୋଇଯାଇଛି । ଦୁଇଦିନ ଧରି ଚାଲିଥିବା ଖେଳ, ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । କ୍ରୀଡ଼ା କୁ ଶିକ୍ଷାକୁ ଶିକ୍ଷାର ଅଂଶବୋଲି ଅଭିହିତ କରି ଶିଶୁମାନଙ୍କ ମନରେ ପ୍ରତିଯୋଗୀତା ର ମନବୃତି ସୃଷ୍ଟି କରିବା ପାଇଁ ଉପସ୍ଥିତ ଛାତ୍ରଛାତ୍ରୀ ତଥା ଅଭିଭାବକମାନଙ୍କୁ ଅତିଥିମାନେ ପରାମର୍ଶ ଦେଇଥିଲେ ।ବିଦ୍ୟାଳୟ ପରିଚାଳନା କମିଟିର ଉପସଭାପତି ଶ୍ରୀଯୁକ୍ତ ରବିନ୍ଦ୍ରନାଥ ବିଶ୍ବାଳ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କମିଟି ସଦସ୍ୟ ବୃନ୍ଦ ତଥା ଶିକ୍ଷାବିତ୍ ରୂପେ ଶ୍ରୀ ନିରଞ୍ଜନ ପ୍ରଧାନ, ସରୋଜ କୁମାର ରଥ, ନିରଞ୍ଜନ ନାୟକ, ମୁକ୍ତିରଞ୍ଜନ ଦାଶ ସମ୍ମାନିତ ଅତିଥିରୂପେ ଯୋଗଦେଇ ।

ଶୈଶବରେ ଉତ୍ତମ ଶିକ୍ଷା ସହିତ କ୍ରୀଡାମନୋଯୋଗୀ ହେବା ପାଇଁ ଉପଦେଶ ଦେଇଥିଲେ ।ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରୀତିହାସିନୀ ଶତପଥି, ନିବେଦିତା ବଳ, ନମିତା ମହାରଣା, ସୃତି ସେଠି ଓ ଶରଳା ମଲ୍ଲିକ ପ୍ରଭୁତି କର୍ମଚାରୀଗଣ ପ୍ରତିଯୋଗିତା ରେ କ୍ରୀଡା ଶିକ୍ଷୟତ୍ରୀ ଲିଲିସ୍ମିତା ପରିଡ଼ା ଙ୍କୁ ସହଯୋଗ କରିବା ସହିତ ଖାଦ୍ୟପେୟ , ମଞ୍ଚ ପରିଚାଳନା, ପୁରସ୍କାର ପ୍ରଦାନ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଶୃଙ୍ଖଳା ରକ୍ଷା ଦାୟିତ୍ଵ ନିର୍ବାହ କରିଥିଲେ।ବିଦ୍ୟାମନ୍ଦିରର ଏହି ବାର୍ଷିକ କାର୍ଯ୍ୟକ୍ରମ ପରିଚାଳନା ଓ ସହଯୋଗୀ ପାଇଁ ବିଦ୍ୟାଳୟ ପ୍ରତିଷ୍ଠାତା ତଥା ସମ୍ପାଦକ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ଦାସ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଧନ୍ୟବାଦ ଦେବା ସହିତ ସମସ୍ତ ଅତିଥି ମାନଙ୍କୁ କୃତଜ୍ଞତା ଜଣାଇଥିଲେ ।

Leave a Reply

Your email address will not be published. Required fields are marked *