ନୂଆଗଡ଼ ଗ୍ରାମାଦେବୀ ମା” ମଙ୍ଗଳାଙ୍କ ଯଜ୍ଞ ବାର୍ଷିକ ଉତ୍ସବ ଅନୁଷ୍ଠିତ
ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି ରେ କୋରେଇ ବ୍ଲକ ଅନ୍ତର୍ଗତ ତଳଗଡ଼ ପଂଚାୟତ ଅଧୀନ ନୂଆଗଡ଼ ଠାରେ ମା” ମଙ୍ଗଳାଙ୍କର ଯଜ୍ଞ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଅଳଙ୍କାର ଓ ଫୁଲରେ ସଜେଇ ହୋଇଛନ୍ତି ମା ମଙ୍ଗଳା l ମାଙ୍କ ସାଜ ସଜା ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଥିବା ବେଳେ ପୂର୍ବ ଦିନ ଅଙ୍କୁର ରୋପଣ ତତତ୍ପରେ କଳସ ଯାତ୍ରା ହୋଇଥିଲା l ମହାବିଷୁବ ପଣା ସଂକ୍ରାନ୍ତି ଦିନ ପ୍ରଥମେ ଇଷ୍ଟ ପୂଜା, ସୂର୍ଯ୍ୟ ପୂଜା ଏବଂ ଗୋ ପୂଜା ହୋଇଥଲା l ଯଜ୍ଞ ମଣ୍ଡପରେ ଆନୁସଙ୍ଗିକ ପୂଜା ଅନୁଷ୍ଠିତ ହୋଇ ବିଶ୍ବ ଶାନ୍ତି ମହାଯଜ୍ଞ ସହ ପୂର୍ଣ୍ଣ ଆହୁତିରେ ଶେଷ ହୋଇଛି l ମନ୍ଦିରର ବରିଷ୍ଠ ଦେହୁରୀ ପଦ୍ମନାଭ ନାୟକଙ୍କ ସମେତ କର୍ତ୍ତା ପୁର୍ଣ୍ଣଚନ୍ଦ୍ର ଜେନା, ମୁଖ୍ୟ ପୂଜକ ସତ୍ୟ ବ୍ରତ ପଣ୍ଡାଙ୍କ ପାଣ୍ଡିତ୍ୟରେ ଯଜ୍ଞ ଶେଷ ହୋଇଥିଲା l ଶ୍ରଧାଳୁ ମାନେ ମାଙ୍କ ଦର୍ଶନ ସାରି ଆସିବା ମାତ୍ରେ ପ୍ରସ୍ଥାନ ବାଟରେ ମନ୍ଦିର କମିଟି ପକ୍ଷରୁ ବେଲପଣା ସହ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ ହୋଇଥିଲା I ଭଜନ, କୀର୍ତନ ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା , ଏହି କାର୍ଯ୍ୟକ୍ରମରେ କୋରାଇ ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସ ନାୟକ ଯୋଗ ଦେଇ ମନ୍ଦିରର ଉନ୍ନତି ଦିଗରେ ଚିନ୍ତା ପ୍ରକଟ କରିଥିଲେ I ମନ୍ଦିରର ପରିଚାଳନା କମିଟି ତରଫରୁ ଆଖପାଖ ସବୁ ଗ୍ରାମର ଶ୍ରଦ୍ଧାଳୁ ମାନଙ୍କୁ ଶ୍ରଦ୍ଧାର ସହ ନିମନ୍ତ୍ରଣ କରଯାଇଥିଲା l ମନ୍ଦିରର ସମସ୍ତ କର୍ମଚାରୀ ଚଇତି ପର୍ବର ବିଷୁବ ସଂକ୍ରାନ୍ତି କୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିଥିଲେ ।
ଯାଜପୁର କୋରେଇ ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ
