ତାଳଚେରରେ ପୁଣି ଏକ ନୂତନ ବ୍ରାହ୍ମଣୀ ସେତୁ ନିର୍ମାଣର ଭୂମି ପୂଜନ କାର୍ଯ୍ୟକ୍ରମ
ଆଜି ତାଳଚେର ଜାତୀୟ ରାଜପଥ -୫୩ ଠାରୁ ଖାଲପାଳ ଜାତୀୟ ରାଜପଥ – ୧୪୯ ପର୍ଯ୍ୟନ୍ତ l ସଂଯୋଗୀକରଣ ନିମନ୍ତେ ତାଳଚେର ପୌରପରିଷଦ ୧ନଂ ୱାର୍ଡ ସ୍ଥିତ ତାଳଚେର ଷ୍ଟାଡିୟମ ଠାରେ ବ୍ରାହ୍ମଣୀ ନଦି ଉପରେ ୧୧୦୫୧.୧୧ ଲକ୍ଷ ଟଙ୍କା ବ୍ୟୟରେ ନୂତନ ସୁଉଚ ସେତୁ ନିର୍ମାଣର ଭୂମିପୂଜନ, ତାଳଚେର ଟାଉନ ଠାରେ ୩୩୬.୧୨ ଲକ୍ଷ ଟଙ୍କା ବ୍ୟୟରେ ନୂତନ ଗୋପବନ୍ଧୁ ମୁନିସିପାଲଟି ଟାଉନ ହଲ ନିର୍ମାଣର ଭୂମି ପୂଜନ, ୯୩୬.୦୫ ଲକ୍ଷ ଟଙ୍କା ବ୍ୟୟରେ ତାଳଚେର ଠାରେ ନୂତନ ପ୍ରଜାମଣ୍ଡଳ ଭବନ ନିର୍ମାଣର ଭୂମି ପୂଜନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ମାନ୍ୟବର ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ, ସମ୍ମାନୀତ ଅତିଥି ଭାବେ ମାନ୍ୟବର ସାଂସଦ ଢେ଼ଙ୍କାନାଳ ଶ୍ରୀଯୁକ୍ତ ମହେଶ ସାହୁ, ମାନ୍ୟବର ବିଧାୟକ ତାଳଚେର ଶ୍ରୀ ବ୍ରଜକିଶୋର ପ୍ରଧାନ ଯୋଗଦେଲେ।
