ପୁଣି ପୁରୀ ସମୁଦ୍ରରେ ଅଘଟଣ।
ପୁଣି ପୁରୀ ସମୁଦ୍ରରେ ଅଘଟଣ। ସମୁଦ୍ର ସ୍ନାନ ବେଳେ ବୁଡ଼ିଯାଇ ଜଣେ ପର୍ଯ୍ୟଟକ ନିଖୋଜ। ଚୈତନ୍ୟ ଛକ ବେଳାଭୂମି ସେକ୍ଟର ୯ ରେ ସ୍ନାନ କରୁଥିବା ସମୟରେ ସ୍ତ୍ରୀ ଓ ପୁଅ ସାମ୍ନାରେ ସ୍ବାମୀ ନିଖୋଜ ହୋଇଯାଇଛନ୍ତି । ନିଖୋଜ ପର୍ଯ୍ୟଟକ ଜଣକ ହାଇଦ୍ରାବାଦ ର ବିକାଶ ଚାନ୍ଦ। ଉପସ୍ଥିତ ଲାଇଫ ଗାର୍ଡ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଜାରି ରହିଛି। ତେବେ ସୂଚନା ଅନୁଯାୟୀ ବିକାଶ ତାଙ୍କ ପରିବାର ସହ ପୁରୀ ବୁଲିବାକୁ ଆସିଥିଲେ।

ଆଜି ଚୈତନ୍ୟ ଛକ ନିକଟ ସମୁଦ୍ରରେ ସ୍ନାନ କରୁଥିବା ବେଳେ ଏକ ବଡ଼ ଲହଡ଼ି ତାଙ୍କୁ ସମୁଦ୍ର ଭିତରକୁ ଟାଣି ନେଇଥିଲା। ନିଜ ପୁଅ ଓ ସ୍ତ୍ରୀ ସାମ୍ନାରେ ବିକାଶ ଭାସି ଯାଉଥିବା ବେଳେ ପରିବାର ଲୋକେ ଚିତ୍କାର କରିଥିଲେ। ତେବେ ଲାଇଫ ଗାର୍ଡ ଓ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ସମୁଦ୍ର ଭିତରକୁ ଯାଇ ଖୋଜାଖୋଜି ଜାରି ରଖିଥିବା ବେଳେ ଏପର୍ଯ୍ୟନ୍ତ କୌଣସି ପତ୍ତା ମିଳିନାହିଁ। ହ୍ବାଟ୍ସ ଆପରେ ଭିଜୁଆଲ ଯାଇଛି l
