ପୁରୀ ସମୁଦ୍ରରେ ପୁଣି ଅଘଟଣ

ପୁଣି ପୁରୀ ସମୁଦ୍ରରେ ଅଘଟଣ। ସମୁଦ୍ରରେ ସ୍ନାନ କରୁଥିବା ବେଳେ ପର୍ଯ୍ୟଟକଙ୍କୁ ବାତ ବା ଫିଟସ ମାରିଲା । ସମୁଦ୍ର କୂଳ ସେକ୍ଟର ୯ ରେ ଘଟିଛି ଏଭଳି ଅଘଟଣ। ସମୁଦ୍ରରେ ସ୍ନାନ କରୁଥିବା ବେଳେ ବ୍ରହ୍ମପୁର ବଡ଼ ବଜାରର ୪୫ବର୍ଷୀୟ ନାରାୟଣ ସାହୁ ଙ୍କୁ ସମୁଦ୍ର ଭିତରେ ବାତ ମାରିଥିଲା ।ପରିବାର ଲୋକେ ତୁରନ୍ତ ଲାଇଫଗାର୍ଡଙ୍କୁ ଜଣାଇବା ପରେ ସେଠାରେ ଥିବା ଲାଇଫ ଗାର୍ଡ ମାନେ ତୁରନ୍ତ ସମୁଦ୍ର ଭିତରକୁ ଯାଇ ଅଚେତ ନାରାୟଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ପରେ ତାଙ୍କୁ ଚିକିତ୍ସା ପାଇଁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି। ସେପଟେ ସେହି ସେକ୍ଟର ୯ରେ ଚୈତନ୍ୟ ଛକ ନିକଟରେ ସମୁଦ୍ର ସ୍ନାନ କରୁଥିବା ବେଳେ ଝାଡ଼ଖଣ୍ଡର ୪୧ବର୍ଷୀୟ ସୋନୁ ତିବ୍ବାରୀ ଭାସି ଯାଉଥିବା ବେଳେ ସେଠାରେ ଥିବା ଲାଇଫଗାର୍ଡ ତୁରନ୍ତ ତାଙ୍କୁ ଉଦ୍ଧାର କରିଥିଲେ । ତେବେ ପର୍ଯ୍ୟଟକ ମାନେ ମଧ୍ୟ ସମୁଦ୍ରରେ ସ୍ନାନ କରୁଥିବା ବେଳେ ସତର୍କତା ଅବଲମ୍ବନ କରି ସ୍ନାନ କରିବାର ଆବଶ୍ୟକତା ରହିଛି।

Leave a Reply

Your email address will not be published. Required fields are marked *