ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ବୁଗୁଡ଼ା ଏବଂ ବାଣିଗୋଚ୍ଛା ମଧ୍ୟରେ ସୁଡ଼ଙ୍ଗ ନିର୍ମାଣ କ୍ଷେତ୍ରରେ ଆଉ ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ

ଭୁବନେଶ୍ୱର, 14 ଜାନୁଆରୀ, 2025:ନୟାଗଡ଼ ଜିଲ୍ଲାର ବୁଗୁଡ଼ା ଏବଂ ବାଣିଗୋଚ୍ଛା ମଧ୍ୟରେ ଅବସ୍ଥିତ ସୁଡ଼ଙ୍ଗ ନମ୍ବର T3 ର ଖନନ କାର୍ଯ୍ୟ ସଫଳତା ସହିତ ଶେଷ ହୋଇଛି ଯାହାକି ଖୋର୍ଦ୍ଧା ରୋଡ୍ – ବଲାଙ୍ଗୀର ନୂତନ ରେଳ ଲାଇନ ପ୍ରକଳ୍ପ ଦ୍ୱାରା ଆଉ ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିଛି। 2620 ମିଟର ଦୈର୍ଘ୍ୟ ଏବଂ 2-ଡିଗ୍ରୀ କର୍ଭ ବିଶିଷ୍ଟ ଏହି ସୁଡ଼ଙ୍ଗ ଖନନ କାର୍ଯ୍ୟ ବର୍ତ୍ତମାନ ନୂତନ ଜ୍ଞାନକୌଶଳ ପଦ୍ଧତି ଦ୍ୱାରା କାର୍ଯ୍ୟ ସମାପ୍ତ ହୋଇଛି। ଏହି ସଫଳତା ବ୍ରେକ ଥ୍ରୂ ବା “ଦିବାଲୋକ”, 13 ଜାନୁଆରୀ 2025 ରେ ସଫଳତାର ସହ ହାସଲ କରାଯାଇଥିଲା, ଯାହା ଏହି ଗୁରୁତ୍ୱପୂର୍ଣ୍ଣ ସାର୍ବଜନୀନ କେନ୍ଦ୍ରିକ ରେଳ ଲାଇନ ପ୍ରକଳ୍ପ ନିର୍ମାଣରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା।ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ଚାଲୁରହିଥିବା ସମଗ୍ର ରେଳ ଲାଇନ ପ୍ରକଳ୍ପରେ ସୁଡ଼ଙ୍ଗ ନମ୍ବର T3 ହେଉଛି ନୟାଗଡ଼ ଜିଲ୍ଲାର ସବୁଠାରୁ ଲମ୍ବା ସୁଡ଼ଙ୍ଗ ଏବଂ ଏହି ପ୍ରକଳ୍ପର ଦ୍ୱିତୀୟ ଲମ୍ବା ସୁଡ଼ଙ୍ଗ। ସୁଡ଼ଙ୍ଗର ଖନନରେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ମେସିନ୍ ନିୟୋଜିତ କରାଯାଇଥିଲା, ଯାହା ପୂର୍ବ ଘାଟର ଚ୍ୟାଲେଞ୍ଜିଂ ଏବଂ ଦୁର୍ଗମ ଭୂଖଣ୍ଡକୁ ନେଭିଗେଟ୍ କରିବା ପାଇଁ ଡିଜାଇନ୍ କରାଯାଇଥିଲା। ଏହି ଐତିହାସିକ ସଫଳତା ଓଡ଼ିଶାର ଉପକୂଳ ଅଞ୍ଚଳ ସହିତ ପଶ୍ଚିମାଞ୍ଚଳକୁ ସଂଯୋଗ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏବଂ ଏହି ଅଞ୍ଚଳର ପରିବହନ ଏବଂ ଆର୍ଥିକ ସମ୍ଭାବନାକୁ ବୃଦ୍ଧି କରିବ।ସୁଡ଼ଙ୍ଗ ନିର୍ମାଣରେ ପ୍ରମୁଖ ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲାଖୋର୍ଦ୍ଧା ରୋଡ୍ – ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ସମୁଦାୟ ଦାର୍ଘ୍ୟ 301 କିଲୋମିଟର ଅଟେ ଯାହାକି ସୁଡ଼ଙ୍ଗ ନିର୍ମାଣ କ୍ଷେତ୍ରରେ ଅନେକ ଇଞ୍ଜିନିୟରିଂ ଏବଂ ଲଜିଷ୍ଟିକ୍ ଚ୍ୟାଲେଞ୍ଜ ଗୁଡିକର ସାମ୍ନା କରିବାକୁ ପଡିଛି। ଏହି ପ୍ରକଳ୍ପରେ 75 କିଲୋମିଟର ଦୈର୍ଘ୍ୟ ମଧ୍ୟରେ ସାତଟି ସୁଡ଼ଙ୍ଗ ଅନ୍ତର୍ଭୁକ୍ତ ଯାହାକି ସମସ୍ତ ସୁଡ଼ଙ୍ଗ ଦଶପଲ୍ଲା ଏବଂ ପୁରୁଣାକଟକ ମଧ୍ୟରେ ଅବସ୍ଥିତ। ଏହି ସୁଡ଼ଙ୍ଗଗୁଡ଼ିକର ବିଶେଷକରି ପୂର୍ବଘାଟର କଷ୍ଟକର ଭୂଖଣ୍ଡ ଦେଇ ନିର୍ମାଣ କାର୍ଯ୍ୟ ପ୍ରକଳ୍ପର ସବୁଠାରୁ ଜଟିଳ ଦିଗ ମଧ୍ୟରୁ ଗୋଟିଏ।ଏହି ସୁଡ଼ଙ୍ଗଗୁଡ଼ିକ ମଧ୍ୟରୁ, ସୁଡ଼ଙ୍ଗ ନମ୍ବର T7 ଯାହାର ଦୈର୍ଘ୍ୟ 4.885 କିଲୋମିଟର ସବୁଠାରୁ ଲମ୍ବା ସୁଡ଼ଙ୍ଗର ଏକ ଅଂଶ, ପୂର୍ବରୁ ସଫଳତାର ସହିତ ଅର୍ଦ୍ଧାଧିକ ଖନନ କାର୍ଯ୍ୟ ସମାପ୍ତ କରିସାରିଛି । ସେହିପରି ସୁଡ଼ଙ୍ଗ ନମ୍ବର T1, ସୁଡ଼ଙ୍ଗ ନମ୍ବର T3 ଏବଂ ଅନ୍ୟାନ୍ୟ ସୁଡ଼ଙ୍ଗ ଖନନ କାର୍ଯ୍ୟ ସଫଳତା ସହିତ ସମ୍ପାଦନ ହୋଇସାରିଛି। ବିଭିନ୍ନ ମାଟି ଘନତା ଏବଂ ପଥର ଗଠନ ସମେତ ଜଟିଳ ଭୌଗୋଳିକ ପରିସ୍ଥିତି ପରିଚାଳନା ପାଇଁ ନୂତନତମ କୌଶଳ ବ୍ୟବହାର କରି ସୁଡ଼ଙ୍ଗଗୁଡ଼ିକ ନିର୍ମାଣ କରାଯାଉଛି।ମୁଖ୍ୟ ସୁଡ଼ଙ୍ଗ ତଥ୍ୟ:• ନିର୍ମାଣାଧୀନ ସାତଟି ସୁଡ଼ଙ୍ଗ, ଯାହାର ମୋଟ ଲମ୍ବ 12.76 କିଲୋମିଟର।• ବୁଗୁଡ଼ା ଏବଂ ବାଣିଗୋଚ୍ଛା ମଧ୍ୟରେ ଅବସ୍ଥିତ ସୁଡ଼ଙ୍ଗ ନମ୍ବର T3 ର ଦୈର୍ଘ୍ୟ 2,620 ମିଟର ଏବଂ 2-ଡିଗ୍ରୀ ବକ୍ର।• ସବୁଠାରୁ ଲମ୍ବା ସୁଡ଼ଙ୍ଗର ଦୈର୍ଘ୍ୟ 4.885 କିଲୋମିଟର, ଯାହା ଅଢେନିଗଡ଼ ନିକଟରେ ଅବସ୍ଥିତ, ଯେଉଁଥିରେ ସୁରକ୍ଷା ପାଇଁ 700 ମିଟର ଏସ୍କେପ୍ ଟନେଲ୍ ଅନ୍ତର୍ଭୁକ୍ତ।• ଆଜି ପର୍ଯ୍ୟନ୍ତ ସାତଟି ସୁଡ଼ଙ୍ଗ ମଧ୍ୟରୁ ଚାରିଟିରେ ବ୍ରେକ ଥ୍ରୂ ବା “ଦିବାଲୋକ” କାର୍ଯ୍ୟ ସଫଳତାର ସହ ସମାପ୍ତ ହୋଇଛି।• ଇଞ୍ଜିନିୟରିଂ, ଭୂତାତ୍ତ୍ୱିକ ଏବଂ ପରିବେଶଗତ ଚ୍ୟାଲେଞ୍ଜକୁ ଦୂର କରିବାଓଡିଶାର ଦୁର୍ଗମ ଭୂଖଣ୍ଡ ଦେଇ ସୁଡ଼ଙ୍ଗ ନିର୍ମାଣ ଚ୍ୟାଲେଞ୍ଜରେ ପରିପୂର୍ଣ୍ଣ, ଯେପରିକି:• ଭୂତାତ୍ତ୍ୱିକ ଜଟିଳତା: ବିଭିନ୍ନ ମାଟି ଘନତା ଏବଂ ପଥର ଗଠନ ସୁଡ଼ଙ୍ଗ ସ୍ଥିରତା ଏବଂ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଉନ୍ନତ ସୁଡ଼ଙ୍ଗ କୌଶଳ ବ୍ୟବହାରର ଆବଶ୍ୟକତା ରଖିଛି।• ପରିବେଶଗତ ସମ୍ବେଦନଶୀଳତା: କିଛି ସୁଡ଼ଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟ ଦେଇ ଯାଏ, ଯାହା ପରିବେଶଗତ ପ୍ରଭାବକୁ କମ କରିବା ପାଇଁ ପଦକ୍ଷେପ ଆବଶ୍ୟକ କରେ।• ବକ୍ର ସୁଡ଼ଙ୍ଗ: ସାତଟି ସୁଡ଼ଙ୍ଗ ମଧ୍ୟରୁ ପାଞ୍ଚଟି ବକ୍ର, ଉଚ୍ଚ ଇଞ୍ଜିନିୟରିଂ ସଠିକତା ଆବଶ୍ୟକ କରିଛି।• ଏକକାଳୀନ ଖନନ: ସମ୍ପୂର୍ଣ୍ଣତାକୁ ତ୍ୱରାନ୍ୱିତ କରିବା ପାଇଁ ଉଭୟ ପାର୍ଶ୍ୱରୁ ସୁଡ଼ଙ୍ଗ ଖନନ କାର୍ଯ୍ୟ କରାଯାଉଛି।ଏହି ବାଧା ସତ୍ତ୍ୱେ, ପ୍ରକଳ୍ପଟି ଦ୍ରୁତ ଅଗ୍ରଗତି ହାସଲ କରି ସୁଡ଼ଙ୍ଗ ନିର୍ମାଣ କ୍ଷେତ୍ରରେ ସଫଳତା ହସଲାଲ କରିବା ସହିତ ପ୍ରମୁଖ ମାଇଲଖୁଣ୍ଟ ଭାବରେ କାର୍ଯ୍ୟ କରିଛି। ଏହି ପ୍ରକଳ୍ପର ସମାପ୍ତି, ଲକ୍ଷ୍ୟ ପୂରଣ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।ସମୟାନୁବର୍ତ୍ତୀ ସମାପ୍ତି ପାଇଁ ରଣନୈତିକ ଆଭିମୁଖ୍ୟଖୋର୍ଦ୍ଧା ରୋଡ୍ – ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ, ଯାହା ଆଞ୍ଚଳିକ ସଂଯୋଗୀକରଣକୁ ଉନ୍ନତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ, ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ସମ୍ପୂର୍ଣ୍ଣ ହୋଇସାରିଛି। ମୋଟ 215 କିଲୋମିଟର ରେଳ ଲାଇନ ସମ୍ପୂର୍ଣ୍ଣ ହୋଇଛି, ଯେଉଁଥିରେ ଖୋର୍ଦ୍ଧା ରୋଡ୍ ରୁ ଦଶପଲ୍ଲା ପର୍ଯ୍ୟନ୍ତ 105.8 କିଲୋମିଟର ଏବଂ ବଲାଙ୍ଗୀରରୁ ପୁରୁଣାକଟକ ପର୍ଯ୍ୟନ୍ତ 109 କିଲୋମିଟର ଅନ୍ତର୍ଭୁକ୍ତ। ପୁରୁଣାକଟକରୁ ଆଢେନିଗଡ଼ ପର୍ଯ୍ୟନ୍ତ ରେଳ ଲାଇନ ମାର୍ଗରେ ନିର୍ମାଣ କାର୍ଯ୍ୟ ପ୍ରଗତିଶୀଳ ଅଟେ ଏବଂ ଆଗାମୀ ମାସଗୁଡ଼ିକରେ ସମାପ୍ତ ହେବାର ଆଶା କରାଯାଉଛି।ଏହି ପ୍ରକଳ୍ପ କାର୍ଯ୍ୟ ସମାପ୍ତ ହେବା ପରେ, ଏହି ରେଳ ଲାଇନ ଭୁବନେଶ୍ୱର ଏବଂ ବଲାଙ୍ଗୀର ମଧ୍ୟରେ ଯାତ୍ରା ସମୟକୁ ବହୁ ପରିମାଣରେ ହ୍ରାସ କରିବା ସହ ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ବଜାର ଚାହିଦା ସୃଷ୍ଟି କରି ଏହି ଅଞ୍ଚଳର ସାମାଜିକ-ଆର୍ଥିକ ବିକାଶରେ ଯୋଗଦାନ ଦେବ।ଖୋର୍ଦ୍ଧା ରୋଡ୍ – ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ହେଉଛି ଓଡ଼ିଶାରେ ସଂଯୋଗୀକରଣକୁ ଉନ୍ନତ କରିବା ପାଇଁ ଭାରତୀୟ ରେଳବାଇ ଦ୍ୱାରା ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପଦକ୍ଷେପ। ଏହି ରେଳ ଲାଇନ ସମ୍ପୂର୍ଣ୍ଣ ହେବା ପରେ, ଏହା ଆର୍ଥିକ ବିକାଶକୁ ସହାୟକ ହେବ, ବାଣିଜ୍ୟକୁ ବୃଦ୍ଧି କରିବ ଏବଂ ଯାତ୍ରା ସମୟକୁ ଯଥେଷ୍ଟ ହ୍ରାସ କରିବ ଯାହା ଉଭୟ ଯାତ୍ରୀ ଏବଂ ପଣ୍ୟ ପରିବହନକୁ ଲାଭଦାୟକ କରିବ।

Leave a Reply

Your email address will not be published. Required fields are marked *