ପୁରୀ ପୋଲିସକୁ ଆଉ ଏକ ସଫଳତା
ପୁରୀ ପୁଲିସ ପାଇଁ ଫେବୃଆରୀ ୨୦୨୬ ମାସରେ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସଫଳତା ଲାଭ ହୋଇଛି। ଆଜି ପୁରୀର ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଓ ସେସନ୍ସ ଜଜ୍ ଅଦାଲତରେ ମାନ୍ୟବର ନ୍ୟାୟାଧୀଶ ଅଦାଲତରେ ST Case No. 13/75 of 2021 (Penthakata MPS Case No. 84/2021) ର ଶୁଣାଣି ସମ୍ପନ୍ନ ହୋଇ ଅଭିଯୁକ୍ତ ହିନା ପ୍ରଧାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଏହି ମାମଲାରେ ଅଭିଯୁକ୍ତଙ୍କୁ ଭାରତୀୟ ଦଣ୍ଡବିଧି ଧାରା 376(2)(L) ଅନୁଯାୟୀ 20 (କୋଡ଼ିଏ) ବର୍ଷର କଠୋର ସଜା (R.I.) ସହ ରୁ. 20,000/- ଜରିମାନା ଦେଇଛନ୍ତି। ଜରିମାନା ଅଦାୟ ନ କରିଲେ ଅତିରିକ୍ତ 03 (ତିନି) ମାସ କଠୋର ସଜା ଭୋଗିବାକୁ ଆଦେଶ ହୋଇଛି।ଏହି ମାମଲାର ସଫଳ ପରିଚାଳନା ଓ ଆଦାଲତରେ ଦୃଢ଼ ଭାବେ ପ୍ରମାଣ ପ୍ରସ୍ତୁତି ପାଇଁ ପବ୍ଲିକ ପ୍ରସିକ୍ୟୁଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପୁରୀ ଜିଲ୍ଲା ପାଇଁ ନୂତନ ବର୍ଷ 2026 ରେ ଏହା ଫେବୃଆରୀ ମାସର ଚତୁର୍ଥ ଦୋଷସାବ୍ୟସ୍ତ ରାୟ। ଏହି ସଫଳତା ପୁରୀ ପୁଲିସଙ୍କ ସୁଚିନ୍ତିତ ତଦନ୍ତ, ଦୃଢ଼ ପ୍ରମାଣ ସଂଗ୍ରହ ଏବଂ ଆଇନ ଅନୁସାରେ ଦୃଢ଼ ପଦକ୍ଷେପର ଫଳସ୍ୱରୂପ।ଏହା ସମ୍ଭବ ହୋଇପାରିଛି ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂ ନେତୃତ୍ୱ ଓ ସମ୍ପୂର୍ଣ୍ଣ ଟିମ୍ୱର୍କ ଦ୍ୱାରା। ପୁରୀ ପୁଲିସ ନାଗରିକଙ୍କ ସୁରକ୍ଷା ଓ ନ୍ୟାୟ ପ୍ରତି ନିରନ୍ତର ପ୍ରତିବଦ୍ଧ। ଅପରାଧୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ।
