ଦୁର୍ନୀତି ନିବାରଣ ସଚେତନତା ଶପଥ ପାଠ ଅନୁଷ୍ଠିତ।

ପୁରୀ ୨୭/୧୦ ଚଳିତ ବର୍ଷ ଅକ୍ଟୋବର ୨୭ ତାରିଖ ଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶ ରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି। ଏହି ଅବସରରେ ଆଜି ଦିବା ୧୧ ଘଟିକା ସମୟରେ ଜିଲ୍ଲାପାଳ ଙ୍କକାର୍ଯ୍ୟାଳୟ ପରିସରରେ ଏକ ଶପଥ ପାଠ ଅନୁଷ୍ଠିତ ହୋଇଥିଲା।ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡାଙ୍କ ପରାମର୍ଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଓ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡ ଶରତ ଚନ୍ଦ୍ର ମହାପାତ୍ର ସମସ୍ତ ଙ୍କୁ ଶପଥ ପାଠ କରାଇଥିଲେ।ଦୁର୍ନୀତି ବିକାଶ ର ମୁଖ୍ୟ ବାଧକ।ତେଣୁ ସମ୍ମିଳିତ ଭାବେ ଜିଲ୍ଲା, ରାଜ୍ୟ ଓ ଦେଶର ଉନ୍ନତି ପାଇଁ ଦୁର୍ନୀତି ର ମୂଳୋତ୍ପାଟନ କରିବାକୁ ସମସ୍ତେ ଶପଥ ପାଠ କରିଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସମସ୍ତଙ୍କୁ ସ୍ବାଗତ କରିବା ସହ ଦୁର୍ନୀତି ବିକାଶ ର ପଥରୋଧ କରିଥାଏ ଓ ଏହାର ପ୍ରତିହତ ପାଇଁ ପ୍ରତ୍ୟେକ ପ୍ରତିଶ୍ରୁତିବଦ୍ଧ ହେବାକୁ ଅନୁରୋଧ କରି ଶପଥ ପାଠ ପରିଚାଳନା କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ଆଦ୍ୟାଶା ରଥ, ପ୍ରିୟଦର୍ଶିନୀ ମଲ୍ଲିକ,ସହଦେବ ସାହୁ, ବିବେକାନନ୍ଦ ସାହୁ,ଅନୁସ୍ରାବ ଗନ୍ତାୟତ, ଜିଲ୍ଲା ମଙ୍ଗଳ ଅଧିକାରୀ ମମତା ରାଣୀ ପରିଡା,ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଓ ସମସ୍ତ ବିଭାଗର ଅଧିକାରୀ,କର୍ମଚାରୀ ପ୍ରମୁଖ ଉପସ୍ଥିତ ହୋଇ ଶପଥ ପାଠ କରିଥିଲେ। ସେହିପରି ଜିଲ୍ଲା ପରିଷଦ କାର୍ଯ୍ୟାଳୟ,ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ,ଅନ୍ୟାନ୍ୟ ବିଭାଗ ,ଲାଇନ ଡିପାର୍ଟମେଣ୍ଟରେ,ସମସ୍ତ ବ୍ଲକ, ତହସିଲ କାର୍ଯ୍ୟାଳୟ ଓ ସମସ୍ତ ଶିକ୍ଷାନୁଷ୍ଠାନରେ ଏହି ଶପଥ ପାଠ କରାଯାଇଥିଲା।

Leave a Reply

Your email address will not be published. Required fields are marked *