ଦୁର୍ନୀତି ନିବାରଣ ସପ୍ତାହ ପାଳନ
Date – 31/10/25 – ଜଗତସିଂହପୁର ଜିଲ୍ଲା ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଭିଜିଲାନ୍ସ ବିଭାଗ ପକ୍ଷରୁ ସ୍ଥାନୀୟ ଶ୍ରୀକୃଷ୍ଣ ଏକାଡେମୀ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ରାୟ, ଭିଜିଲାନ୍ସ ଅଧିକାରୀ ଅନୁପମା ସାହୁ , ଜିଲ୍ଲା ପ୍ରଶାସନ ର ବରିଷ୍ଠ ଅଧିକାରୀ ଓ ଦୁର୍ନୀତି ନିବାରଣ ବିଭାଗ ର ଅଧିକାରୀ ଓ କର୍ମଚାରୀ ମାନଙ୍କ ସହ ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ଦୁର୍ନୀତି ନିବାରଣ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିଥିଲେ । ଏହି ରାଲି ସହର ପରିକ୍ରମା କରିବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଁଚି ଥିଲା । ଏହାର୍ ଲକ୍ଷ ଲୋକମାନେ ସଚେତନ ହେବ ସହିତ ଦୁର୍ନୀତି ରୋକାଯାଇ ପାରିବ ବୋଲି ଭିଜିଲାନ୍ସ ଅଧିକାରୀ କହିଛନ୍ତି l
