ଆନ୍ତଃଜିଲ୍ଲା ସ୍କୁଲସ୍ତରୀୟ କ୍ରିକେଟ୍ ଟୁର୍ନାମେଂଟ୍ ଉଦଘାଟିତ

ଖୋର୍ଦ୍ଧା:-ଓଡ଼ିଶା କ୍ରିକେଟ୍ ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜେବି ହାଇସ୍କୁଲ ଖେଳ ପଡ଼ିଆରେ ଆନ୍ତଃଜିଳ୍ଲା ସ୍କୁଲସ୍ତରୀୟ କ୍ରିକେଟ୍ ଟୁର୍ନାମେଂଟ୍ ଆଜି ଉଦଘାଟିତ ହୋଇଯାଇଛି । ଖୋର୍ଦ୍ଧା ଜିଲ୍ଲା କ୍ରିକେଟ୍ ସଂଘର ସହଯୋଗରେ ଆୟୋଜିତ ଏହି ଟୁର୍ନାମେଂଟ୍‌କୁ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ଓ ଓଡ଼ିଶା କ୍ରିକେଟ୍ ଆସୋସିଏସନର କୋଷାଧ୍ୟକ୍ଷ ବିକାଶ ପ୍ରଧାନ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ୧୦ଟି ବିଦ୍ୟାଳୟର ପିଲାଙ୍କୁ ନେଇ ଏହି ଟୁର୍ନାମେଂଟ୍ ଆୟୋଜିତ ହେଉଥିବା ବେଳେ, ଆସନ୍ତ ୨୦ ତାରିଖ ଦିନ ଟୁର୍ନାମେଂଟ୍‌୍‌ର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଆଜିର ମ୍ୟାଚ୍ କମ୍ବାଇନ ସ୍କୁଲ ଏକାଦଶ ଓ ଡ଼ାଳତୋଳା ହାଇସ୍କୁଲ ଏକାଦଶ ମଧ୍ୟରେ ହୋଇଥିଲା । ଏଥିରେ କମ୍ବାଇନ ସ୍କୁଲ ଏକାଦଶ ଦଳ ୨୯୨ରନର ବୃହତ ବିଜୟ ହାସଲ କରିଛନ୍ତି । କମ୍ବାଇନ ଏକାଦଶ ଦଳ ଟସରେ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲେ । ଦଳ ନିର୍ଦ୍ଧାରିତ ୩୫ ଓଭରରେ ୭ଟି ୱିକେଟ୍ ହରାଇ ୩୨୭ରନ କରିଥିଲେ । ଦଳ ପକ୍ଷରୁ ଇଭାନ୍ କଳାପାହାଡ଼ ୫୬ରନ୍‌, ଉଇସ୍ କେ. ଦତ ୫୦ରନ ଓ ୪୫ରନ୍ କରିଥିଲେ । ଡ଼ାଳତୋଳା ଦଳ ପକ୍ଷରୁ ଶୁଭ୍ରଜିତ୍ ମହରଣା ୨ଟି ୱିକେଟ୍ ନେଇଥିଲେ । ଜବାବରେ ଡ଼ାଳତୋଳା ଦଳ ୧୧.୪ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୩୫ରନ୍ କରିବାକୁ ସକ୍ଷମ ହୋଇଥିଲେ । ତେବେ କମ୍ବାଇନ ଏକଦଶ ପକ୍ଷରୁ ଦେବୀ.ପି. ଦାସ ୩ ଓଭରରେ ୪ରନ ବ୍ୟୟ କରି ୬ଟି ୱିକେଟ୍ ନେଇ ପ୍ଲେୟାର ଅପ୍ ଦି ମ୍ୟାଚ ଭାବେ ପୁରସ୍କୃତ ହୋଇଥିଲେ । ଆଜିର ମ୍ୟାଚକୁ ସୌମ୍ୟରଂଜନ ସାମନ୍ତସିଂହାର ଓ ପ୍ରକାଶ ପଟ୍ଟନାୟକ ପରିଚାଳନା କରିଥିବା ବେଳେ, ସ୍କୋରରେ ସୁଶିଲ କୁମାର ସୁନ୍ଦରାୟ ସହାୟତା କରିଥିଲେ ।

Leave a Reply

Your email address will not be published. Required fields are marked *