ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତିର ପୁରୀ ସଦର ଚାଳିଶିବାଟିଆ ପଞ୍ଚାୟତ ରେ ସଚେତନତା କାର୍ଯ୍ୟକ୍ରମ

ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତିର ପୁରୀ ସଦର ଚାଳିଶିବାଟିଆ ପଞ୍ଚାୟତ ରେ ସଚେତନତା କାର୍ଯ୍ୟକ୍ରମ lବେଦାନ୍ତ ବିରୋଧୀଙ୍କ ଓଡସମଲ ଗ୍ରାମରେ ବୈଠକ l ଗତ କାଲି ପୁରୀସଦର ର ଚାଳିଶିବାଟିଆ ପଂଚାୟତ ର ଓଡ଼ସମଲ ଗ୍ରାମରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ସଂଘର୍ଷ ସମିତିର ଏକ ସଚେତନତା କାର୍ଯ୍ୟକ୍ରମଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ପୂର୍ବତନ ବିଧାୟକ ତଥା ବେଦାନ୍ତ ବିଶ୍ୱବିଦ୍ୟାଳୟ ସଂଘର୍ଷ ସମିତିର ଆବାହକ ଶ୍ରୀଯୁକ୍ତ ଉମାବଲ୍ଲଭ ରଥ ଯୋଗଦେଇ ବିଶ୍ବବିଦ୍ୟାଳୟ ଆଳରେ ଅନୀଲ ଅଗ୍ରୱାଲା ଫାଉଣ୍ଡେସନର ଜମି ହଡ଼ପର କରିବାର ଷଡଯନ୍ତ୍ର ଏପରି ଭାବରେ ସରକାର ରଚିଥିଲେ, ଯାହା ଫଳରେ ଏ ଅଞ୍ଚଳ ର ଭାତ ହାଣ୍ଡି କୁ ଅନୀଲ ଅଗ୍ରୱାଲ କଂପାନୀ କୁ ଟେକିଦେଲେ।ଦୀର୍ଘ ୧୭ ବର୍ଷ ଧରି ଏ ଅଞ୍ଚଳ ବାସୀ ଲଢେଇ କରି ଶେଷରେ ସର୍ବୋଚ୍ଚ ନ୍ୟାୟାଳୟ ରେ ବିଜୟ ଲାଭ କଲେ l ଏଥିପାଇଁ ସଂଘର୍ଷ ସମିତିର ସଦସ୍ୟ ଓ ୨୨ମଉଜା ବାସୀ ପୋଲିସ ଓ ସରକାରୀ ଦଳ ର ଗୁଣ୍ଡା ବାହିନୀ ଦ୍ଵାରା କେତେ ଯେ ଅତ୍ୟାଚାର ର ଶିକାର ହୋଇଛନ୍ତି, ତାହା ଅବର୍ଣ୍ଣନୀୟ।lଶ୍ରୀଯୁକ୍ତ ରଥ ରାଜ୍ଯ ସରକାରଙ୍କ ଆଖିବୁଜା କମ୍ପାନୀ ପ୍ରୀତି, ଏପରିକି ଏହି ମାମଲାରେ ଲୋକପାଳ ଓ ହାଇକୋର୍ଟରେ ବେଆଇନ ଘୋଷଣା ପରେ ବି ସୁପ୍ରିମକୋର୍ଟ ଯିବା, ସେଠାରେ ମାମଲା ତର୍ଜମା ପରେ ବହୁ ଦୁର୍ନୀତି, ଓ ବେଆଇନ ଘଟଣାର ପର୍ଦ୍ଧାଫାଶ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇଛନ୍ତି । ବେଦାନ୍ତ କାମ୍ପାନୀ ଜନସାଧାରଣଙ୍କୁ ଭୁଆଁ ବୁଲାଇ ଚାଷୀ ଭାଇମାନଙ୍କ ଜମିକୁ ହରିଲୁଟ କରିବା ପାଇଁ ଜାଲ କମ୍ପାନୀ ବନାଇ ଥିଲା l ଆଗାମୀ ଦିନରେ ସର୍ବୋଚ୍ଚ ନ୍ୟାୟାଳୟର ରାୟ ପରିପ୍ରେକ୍ଷୀରେ କିଭଳି ଚାଷୀ ମାନେ ତାଙ୍କ ଜମିକୁ ପୁନର୍ବାର ନିଜ ନାମକୁ ଫେରିପାଇବେ , ସେଥିପାଇଁ ପୁଣି ଏକ ବଡ଼ ଲଢ଼େଇ ପାଇଁ ପ୍ରସ୍ତୁତ ହେବାକୁ ଆହ୍ଵାନ ଦେଇଥିଲେ।ବେଦାନ୍ତ ବିରୋଧୀ ସଂଘର୍ଷ ସମିତିର ସଂଯୋଜକ ବିଷ୍ଣୁ ପ୍ରସାଦ ମିଶ୍ର ସଭା ପରିଚାଳନା କରିଥିଲେ l ବିରୋଧୀ ସଂଘର୍ଷ ସମିତି ର ସଦସ୍ୟ ମାନେ ଉମା ବଲ୍ଲଭ ରଥଙ୍କ ଅବଦାନ କୁ ପ୍ରଶଂସା କରିବା ସହ ଭବିଷ୍ୟତ ଲଢ଼େଇ ପାଇଁ ରଥ ଙ୍କ ହାତ ମୁଠା କୁ ଟାଣ କରିବା ପାଇଁ ପରାମର୍ଶ ଦେଇଥିଲେ l ଏହି ବୈଠକ ରେ ସଂଘର୍ଷ ସମିତି ର ସଭାପତି ଦାମୋଦର ପ୍ରଧାନ, ହରପ୍ରସାଦ ଜେନା, ପର୍ଶୁରାମ ପ୍ରଧାନ,ଲକ୍ଷ୍ମୀଧର ପ୍ରଧାନ, ସୁବାସ ଚନ୍ଦ୍ର ଜେନା, ଅର୍ଜୁନ ଦଳାଇ ପ୍ରଭାକର ମନ୍ତ୍ରୀ,ଅର୍ଜୁନ ପ୍ରଧାନ, ବିଜୟ କୁମାର ଜେନା, ପ୍ରଭାକର ଜେନା ଙ୍କ ସହ ଶତାଧିକ ଗ୍ରାମବାସୀ ଉପସ୍ଥିତ ରହି ଏହି ଲଢେଇ ରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ସଂଘର୍ଷ ସମିତି ର ଆବାହକ ଉମାବଲ୍ଳଭ ରଥ ଙ୍କ ସହ ରହି ଲଢ଼ିବେ ବୋଲି ପ୍ରତିଶୃତି ଦେଇଥିଲେ l

Leave a Reply

Your email address will not be published. Required fields are marked *