ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଆମ୍ବେଦକରଙ୍କ ମହା ପରିନିର୍ବାଣ ଦିବସ ପାଳନ

-ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଆମ୍ବେଦକରଙ୍କ ମହା ପରିନିର୍ବାଣ ଦିବସ ପାଳନ!
ଧର୍ମଶାଳା–ଭାରତ ସମ୍ବିଧାନ ପ୍ରଣେତା ବାବା ସାହେବ୍ ଡ଼ା ବିଆର୍ ଆମ୍ବେଦକର ଙ୍କ ୭୦ ତମ ମହା ପରିନିର୍ବାଣ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ପାଳିତ ହୋଇଯାଇଛି। ଯୁବ ସଂଗଠକ ନାରାୟଣ ମଲିକଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ ମୀନତି ସାହୁ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ଡ଼ା ଆମ୍ବେଦକର ଏପରି ସମାଜ ଗଠନ ପାଇଁ ସଂଗ୍ରାମ କରିଥିଲେ ଯାହା ସମତା, ମମତା ଓ ବ୍ୟକ୍ତି ସ୍ୱତନ୍ତ୍ରତାକୁ ସର୍ବୋଚ୍ଚ ସମ୍ମାନ ଦେଉଥିବ। ସମାଜରୁ ଅନ୍ଧ ବିଶ୍ବାସ ଓ କୁସଂସ୍କାରକୁ ହଟାଇ ଏକ ତର୍କ ସମ୍ମତ ଓ ମାନବୀୟ ମୂଲ୍ୟବୋଧ ଉପରେ ପ୍ରତିଷ୍ଠିତ ଆଦର୍ଶ ଓ ସର୍ବଜନ ଆଦୃତ ସଂସ୍କୃତି କଥା ସେ ଚିନ୍ତା କରୁଥିଲେ ବୋଲି ଶ୍ରୀମତୀ ସାହୁ ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବରେ ଜିତେନ୍ଦ୍ର ରାଉତ, ତୀର୍ଥରାଜ ପଣ୍ଡା, ଶ୍ରୀବତ୍ସ ଧୀର, ଦେବଦତ୍ତ ପଣ୍ଡା, ନେତ୍ରାନନ୍ଦ ପାତ୍ର, ପ୍ରଶାନ୍ତ ନାୟକ ପ୍ରମୁଖ ବିଜେପି ୬ଟି ମଣ୍ଡଳର ସଭାପତି ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯୁଗଳ କିଶୋର ଦାସ, ପୁରୁଷୋତ୍ତମ ଜେନା, ସରପଞ୍ଚ ଶେଫାଳୀ ବେହେରା, ପୂର୍ବତନ ସରପଞ୍ଚ ମନୋଜ ରାଉଳ ପ୍ରମୁଖ ଆମ୍ବେଦକରଙ୍କ ଜୀବନୀ ଉପରେ କହିଥିଲେ। ଅନାମ ଚରଣ ମଲିକ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କାହ୍ନୁଚରଣ ମଲିକ ଧନ୍ୟବାଦ୍ ଅର୍ପଣ କରିଥିଲେ। ସଭା ପ୍ରାରମ୍ଭରେ ବ୍ଲକ ପରିସରରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ବ୍ଲକର ବିଭିନ୍ନ ସ୍ଥାନରୁ ଶତାଧିକ ଦଳିତ ବର୍ଗର ଲୋକ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *