ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତିର ଆବେଦନ
ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତିର ଆବେଦନ ପରେ ଯଥାଶୀଘ୍ର କ୍ଷତିପୂରଣ ପ୍ରଦାନରେ ବୀମା କମ୍ପାନୀଙ୍କୁ ସହଯୋଗ ପାଇଁ ପରାମର୍ଶକୌଣସି ପ୍ରକାର ବ୍ୟତିକ୍ରମକୁ ବରଦାସ୍ତ କରାଯିବନିଭୁବନେଶ୍ୱର: ୩୦/୧୨/୨୦୨୪ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତି ସମ୍ପର୍କିତ କ୍ଷତିପୂରଣ ଯଥାଶୀଘ୍ର ପ୍ରଦାନ ପାଇଁ ଆଜି ବୀମା କମ୍ପାନୀ ମାନଙ୍କ ସହ ଏକ ଜରୁରୀକାଳୀନ ବୈଠକ କୃଷି ଭବନ ଠାରେ ଅନୁଷ୍ଠିତ ହୋଇଥିଲା । କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ, ସମବାୟ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ ଓ କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ ବୀମା କମ୍ପାନୀ ମାନଙ୍କ ସହଯୋଗ କାମନା କରିଛନ୍ତି। ଯୋଗ୍ଯ ଚାଷୀମାନଙ୍କ ହିତରେ ସମସ୍ତ ପ୍ରକ୍ରିୟାକୁ ଅତିଶୀଘ୍ର ସାରିବା ପାଇଁ କମ୍ପାନୀଗୁଡିକୁ କହିବା ସହ କୌଣସି ବ୍ଯତିକ୍ରମକୁ ବରଦାସ୍ତ କରାଯିବ ନାହିଁ ବୋଲି ଡ଼ ପାଢ଼ୀ ସ୍ପଷ୍ଟ କରିଛନ୍ତି। ଏଥିସହିତ, ଅଦିନିଆ ବର୍ଷାଯୋଗୁଁ କଟା ହୋଇ ଜମିରେ ଥିବା ଧାନ ଫସଲର କ୍ଷତି ହୋଇଥିଲେ, କ୍ଷତିପୂରଣ ବାବଦରେ ସୂଚନା ଦେବା ନିମନ୍ତେ କୃଷି ରକ୍ଷକ ହେଲ୍ପଲାଇନ ନମ୍ବର ୧୪୪୪୭ କିମ୍ବା କୃଷି ରକ୍ଷକ ଆପ୍ କିମ୍ବା crop insurance ଆପ୍ ରେ ତୁରନ୍ତ ଯୋଗାଯୋଗ କରିବା ପାଇଁ ଚାଷୀଙ୍କୁ ଅନୁରୋଧ କରିଛନ୍ତି। ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ସୂଚନା ଦେବାର ଅବଧିକୁ ୧ ଜାନୁୟାରୀ ୨୦୨୫ ପର୍ଯ୍ୟନ୍ତ କେନ୍ଦ୍ର ସରକାର ବଢ଼ାଇଛନ୍ତି ।ସୁଶ୍ରୀ ସଙ୍ଗୀତା ମହାରଣାଲୋକସମ୍ପର୍କ ଅଧିକାରୀ l
