ବ୍ୟାସକବି ଫକୀର ମୋହନ ଓଡ଼ିଆ ଭାଷା ସମ୍ମାନ ପାଇଁ ଦରଖାସ୍ତ ଆହ୍ୱାନ

ଭୁବନେଶ୍ୱର ୧୩ ଜାନୁଆରୀ, ୨୦୨୬ବର୍ଷ ୨୦୨୨,୨୦୨୩,୨୦୨୪,୨୦୨୫ ନିମନ୍ତେ ବ୍ୟାସକବି ଫକୀର ମୋହନ ଓଡ଼ିଆ ଭାଷା ସମ୍ମାନ ପ୍ରଦାନ କରିବା ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଇଛି। ଆବେଦନକାରୀ ବ୍ୟକ୍ତିବିଶେଷ/ଅନୁଷ୍ଠାନ ଆବଶ୍ୟକ ପ୍ରମାଣପତ୍ର ସହ ଆବେଦନ ଫର୍ମ ପୂରଣ କରି ୨୭ ଜାନୁଆରୀ, ୨୦୨୬ ରିଖ ସୁଦ୍ଧା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କାର୍ଯ୍ୟାଳୟରେ ଦାଖଲ କରିପାରିବେ। ଏହି ସମ୍ମାନ ପ୍ରତିଟି ବର୍ଷ ପାଇଁ ଜଣେ ବ୍ୟକ୍ତିବିଶେଷ କିମ୍ବା ଗୋଟିଏ ସାହିତ୍ୟ ଅନୁଷ୍ଠାନକୁ ପ୍ରଦାନ କରାଯିବ।ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର, ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଉତ୍କୃଷ୍ଟ ଓ ନିରନ୍ତର କାର୍ଯ୍ୟ, ସାମଗ୍ରିକ ସାହିତ୍ୟ କୃତି ଆଦିକୁ ବିଚାରକୁ ନେଇ ଏହି ସମ୍ମାନ ପ୍ରଦାନ କରାଯିବ। ଏକ ତିନି ଜଣିଆ ବିଶେଷଜ୍ଞ କମିଟିଙ୍କ ମତାମତ ଅନୁଯାୟୀ ଯୋଗ୍ୟ ପାର୍ଥୀଙ୍କୁ ବ୍ୟାସକବି ଫକୀର ମୋହନ ଓଡ଼ିଆ ଭାଷା ସମ୍ମାନରେ ସମ୍ମାନିତ କରାଯିବ।ବ୍ୟାସକବି ଫକୀର ମୋହନ ଓଡ଼ିଆ ଭାଷା ସମ୍ମାନର ସବିଶେଷ ବିବରଣୀ, ମାର୍ଗଦର୍ଶିକା ଓ ଫର୍ମ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ୱେବସାଇଟରେ ଉପଲବ୍ଧ କରାଯାଇଛି।ପ୍ରକାଶଯୋଗ୍ୟ ଯେ, ବର୍ଷ ୨୦୨୧ ପାଇଁ ଡ଼କ୍ଟର ନୃସିଂହ ଚରଣ ଷଡ଼ଙ୍ଗୀଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବ୍ୟାସକବି ଫକୀର ମୋହନ ଓଡ଼ିଆ ଭାଷା ସମ୍ମାନ ପ୍ରଦାନ କରାଯାଉଛି।ଅମ୍ଳାନ ଦାସ ଲୋକସମ୍ପର୍କ ଅଧିକାରୀ l

Leave a Reply

Your email address will not be published. Required fields are marked *