ଗାଁ ଶ୍ମଶାନରେ ପଞ୍ଚଭୁତରେ ଲୀନ ହେଲେ ଅରିନ୍ଦମ
କେନ୍ଦୁଝର ମାଟିର ଲଢୁଆ ପୁଅ ଏବଂ ନିର୍ଭୀକ ସାମ୍ୱାଦିକ ଭାବରେ ଘରେ ଘରେ ପରିଚିତ ଥିବା ଅରିନ୍ଦମ ଦାଶ ଙ୍କ ମର ଶରୀର ପଞ୍ଚ ଭୁତ ରେ ଲୀନ ହୋଇଛନ୍ତି। କେନ୍ଦୁଝର ରାଜନଗର ପଂଚାୟତ ର ରାଇକଳା ଗ୍ରାମ ର ବୈତରଣୀ ନଦୀ କୁଲ ରେ ଶେଷ କୃତ ସମ୍ପର୍ଣ୍ଣ ହୋଇଛି। ଅରିନ୍ଦମ ଙ୍କ ମୃତ ସାରା କେନ୍ଦୁଝର ବାସୀ ଙ୍କୁ ସ୍ତବ୍ଧ କରିଥିବା ବେଳେ ଜନ୍ମ ମାଟି ରାଜନଗର ରେ ଶୋକାକୁଳ ପରିସ୍ଥିତି ସୃଟି ହୋଇଛି। ଗତ କାଲି ର ଘଟଣା ଘଟିବା ସମୟରୁ ଶେଷକୃତ ସମ୍ପୂର୍ଣ୍ଣ ହେବ ବେଳ ଠାରୁ ଗାଁ ରେ କାହାରି ଘରେ ଚୁଲି ଜଳିନୀ। ଅରିନ୍ଦମ ଙ୍କ ପରିବାର ରେ ବିଧବା ମା ଏବଂ ପତ୍ନୀ ଙ୍କ ଆଖିରୁ ଲୁହ ସୁଖୀ ନ ଥିବା ବେଳେ ବାରମ୍ବାର ଚେତାଶୂନ ହୋଇଛନ୍ତି। ଅରିନ୍ଦମ ତାଙ୍କ ବିଧବା ମା ଙ୍କ ଏକ ମାତ୍ର ପୁଅ ଥିବା ବେଳେ ତାଙ୍କ ବିୟୋଗ ରେ ତାଙ୍କ ପରିବାର ଅସହାୟ ହୋଇ ପଡିଛି। ଆଜି ତାଙ୍କଶେଷ ଦର୍ଶନ ପାଇଁ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରୀ ପାତ୍ର ପାଟଣା ବିଧାଯାକ ଜଗରନାଥ ନାୟକ ପହଁଚି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ତେବେ ଗତ କାଲି ରାତି ରେ ଅରିନ୍ଦମ ଙ୍କ ମରଶରୀର ଜନ୍ମ ମାଟି ରେ ପହଁଚିବା ପରେ ଗାଁ ରେଶୋକାକୁଳ ପରିବେଶ ସୃଟି ହୋଇଥିଲା ଏହା ସହ ଅରିନ୍ଦମ ଙ୍କ ସାଙ୍ଗ ସାଥି ଅରିନ୍ଦମଙ୍କୁ ଶେଷ ଦର୍ଶନ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।
କେନ୍ଦୁଝରରୁ ମନୋଜ କୁମାର ବେହେରା।
