ଜିରାଳ ଅସନପାଟିଆ ସାହିିରେ ବାଣ ବିଷ୍ପୋରଣ ଘର ଭାଙ୍ଗିଲା:୨ ଗୁରୁତର କଟକ ସ୍ଥାନାନ୍ତର

ତା18.10.2025 -ଦିପାବଳୀ ପୂର୍ବରୁ ଅଘଟଣ।ବାଣ ବିସ୍ଫୋରଣରେ ଦୁଇ ଗୁରୁତର।ବାଣ ବିସ୍ଫୋରଣରେ ସମ୍ପର୍କୀୟ ଦାଦା ପୁତୁରା ଗୁରୁତର। ଢେଙ୍କାନାଳ କାମାକ୍ଷାନଗର ଥାନା ଅନ୍ତର୍ଗତ ଜିରାଳରେ ଘଟିଛି ଅଘଟଣ।ବାଣ ଫୁଟାଇ ଥିବା ବେଳେ ଅସାବଧାନତା ବସତଃ ଏକାଧିକ ବାଣ ବିସ୍ଫୋରଣ ହୋଇଛି। ୩୩ ବର୍ଷୀୟ ଦାଦା ବିଜୟ ଖୁଣ୍ଟିଆ ଓ ୧୨ ବର୍ଷୀୟ ପୁତୁରା ରୁତୁରାଜ ଖୁଣ୍ଟିଆ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ପରେ କଟକ ସ୍ଥାନାନ୍ତର କରାଯାଇଛି। ଦୀପାବଳି ପାଇଁ ବାଣ ବେପାର ପାଇଁ ନିଜ ଘରେ ବେଆଇନି ଗଚ୍ଛିତ ରଖିଥିବା ବେଳେ ବିସ୍ଫୋରଣ ଘଟି ଘରର ଆଜବେଷ୍ଟସ୍ ଛାତ ଗଳି ପଡିଛି, କାମାକ୍ଷାନଗର ପୁଲିସ ପହଂଚି ତଦନ୍ତ ଜାରି ରଖିଛନ୍ତି ।ଭୁବନ ଥାନା ଅନ୍ତର୍ଗତ ଯମୁନା କୋଟ ଗ୍ରାମର ବନ୍ଧୁ ପୋଇ ଙ୍କ ପୁଅ ମାୟାଧର ନିଜ ଦୋକାନରେ ବେଆଇନି ବାଣ ବିକ୍ରି କରୁଥିବା ବେଳେ ସୁରପ୍ରତାପପୁର ଫାଣ୍ଡି ଅଧିକାରୀ ସୁବ୍ରତ କୁମାର ସାହୁ ବାଣ ଜବତ କରିଥିଲେ ଯାହାର ଆନୁମାନିକ ମୂଲ୍ଯ 6 ହଜାର ହେବ ବୋଲି ଜଣାଯାଇଛି। ସେହି ପରି ଭୁବନ ଲତାବିଲ ସାହି ର ବେଣୁଧର ପାତ୍ର ଙ୍କ ପୁଅ ଗୋବର୍ଦ୍ଧନ ପାତ୍ର ଙ୍କ ଘରୁ 60 ହଜାର ଟଙ୍କାର ବାଣ ଜବତ ହେବା ପୁଲିସ ଏସ ଆଇ ମାନସ ରଞ୍ଜନ ନାୟକ ଙ୍କ ସୂତ୍ରରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *