କଳା ଓ ସଂସ୍କୃତି ସଂଘର ଗୁରୁତ୍ବପୂର୍ଣ୍ଣ ବୈଠକ

ଗଣିଆ – ଗଣିଆ ବ୍ଳକ ସଭା ଗୃହରେ କଳା ଓ ସଂସ୍କୃତି ସଂଘର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ଉପସଭାପତି ବିଜୟ କୁମାର ବେହେରାଙ୍କ ସଭାପତିତ୍ବରେ ବ୍ଳକର ବିଭିନ୍ନ ପଞ୍ଚାୟତର ପ୍ରାୟ ୩୦ରୁ ଅଧିକ କଳାକାର ଏକତ୍ରିତ ହୋଇଥିଲେ । କଳାକାର ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ରାଜ୍ୟ ସରକାର ଧ୍ୟାନ ଦେଉନଥିବାରୁ ସଭାରେ ଉଦବେଗ ପ୍ରକାଶ ପାଇଥିଲା । ବିଡ଼ିଓଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ବାରମ୍ବାର ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ ଗଣିଆରେ ଅନେକ କଳାକାର ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି । ରାଜ୍ୟ ସରକାର ଆସନ୍ତା ୭ ଦିନ ଭିତରେ ଯଦି ସମସ୍ୟାର ସମାଧାନ ନକରନ୍ତି ତେବେ ଆଗାମୀ ଦିନରେ କଳାକାର ସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ଉପସଭାପତି ପ୍ରକାଶ କରିଛନ୍ତି । କଳାକାର ସଂଘ ତରଫରୁ ଏକ ଦାବିପତ୍ର ବିଡ଼ିଓଙ୍କୁ ପ୍ରଦାନ କରାଯାଇଥିବା ଜଣାପଡ଼ିଛି ।

ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *