ଗେଞ୍ଜl ପଂଚାୟତ ର ମୁଖ୍ୟ ରାସ୍ତା ପାଲଟିଛି କୂତ୍ରିମ ପୋଖରୀ

ଗେଞ୍ଜl ପଂଚାୟତ ର ମୁଖ୍ୟ ରାସ୍ତା ପାଲଟିଛି କୂତ୍ରିମ ପୋଖରୀ

ସୋରଡା ୨୫/୦୬/୨୫ ବର୍ତ୍ତମାନ ବର୍ଷାୠତୁ ଆରମ୍ବ ହୋଇଥିବା ବେଳେ ବିଭିନ୍ନ ପୋକ, ମଶା,ମାଛିଙ୍କ ବଂଶ ବୃଦ୍ଧି ହୋଇ ଅନେକ ସଂକ୍ରମକ ରୋଗ ଓ ଯାତନାର ଶିକାର ହୁଅନ୍ତି ନିରୀହ ଜନସାଧାରଣ।ତାହା ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ଡ଼ାଇରିଆ,କଲେରା ଆଦି ବ୍ୟାପି ଅନେକଙ୍କ ଜୀବନ ସହିତ ଖେଳ ଖେଳୁଥିବା ବର୍ତ୍ତମାନର ପ୍ରମୁଖ ଘଟଣା ହୋଇଥିବା ବେଳେ ଅନେକ ଗ୍ରାମାଞ୍ଚଳର ତ ସ୍ଥିତି ଆହୁରି ସଙ୍ଗିନ।ଏହିଭଳି ସ୍ଥିତି ଦେଖିବାକୁ ମିଳିଛି ସୋରଡା ବ୍ଲକ ଅନ୍ତର୍ଗତ ଗେଞ୍ଜା ଗ୍ରାମପଞ୍ଚାୟତରେ।ଗ୍ରାମର ମୂଖ୍ୟ ରାସ୍ତା ସହିତ ସାହି ମଝି ଓ ଖୋଦ ଜନଗହଳି ପୂର୍ଣ୍ଣ ଗେଞ୍ଜା ଛକ ଠାରେ ବର୍ଷ ତମାମ ପାଣି ଜମି ରହୁଥିବା ବେଳେ ଏହି ଛକଟି ଗ୍ରାମ ପଞ୍ଚାୟତକାର୍ଯ୍ୟଳୟ ସହ କଡେଶ୍ୱରୀ ମନ୍ଦିର ଓ ଅନ୍ୟ ସାହି ସହିତ ଜଡ଼ିତ ମୁଖ୍ୟ ରାସ୍ତାଟିଏ।ଏବଂ ଏହା ସଂଲଗ୍ନ ଗୃହ ମାଲିକଙ୍କ ଜବର ଦଖଲ ହେତୁ ରାସ୍ତା ସଂକୀର୍ଣ୍ଣତା ସହିତ ରାସ୍ତା ଉପରେ ମଇଳା ଜମାଇ ଘରୋଇ ନିତ୍ୟ ବ୍ୟବହାର୍ଯ୍ୟ ପାଣି ଠାରୁ ଆରମ୍ଭ କରି ରାସ୍ତା ଘାଟର ପାଣି ଜମା ହୋଇ ବର୍ଷ ତମାମ ଜମା ହୋଇ ରହେ।ଯାହାକି ଦୂର୍ଗନ୍ଧମୟ ପରିବେଶ ସାଙ୍ଗକୁ ମଶା ମାଛି ମାନଙ୍କ ବଂଶ ବୃଦ୍ଧି ପାଇଁ ପ୍ରକୃଷ୍ଟ ଜାଗାଟିଏ।ବର୍ଷ ତମାମ ଛଡା ବର୍ଷା ଋତୁରେ ଏହି ଜାଗାଟି ଯମଦ୍ୱାର ପାଲଟିଯାଏ। ଗ୍ରାମ୍ୟ ନିର୍ମାଣ ବିଭାଗର ଉଦାସୀନତା ଓ ରାସ୍ତା ପାର୍ଶ୍ଵ ପଟ୍ଟାଦାରଙ୍କ ଜବରଦଖଲ ହେତୁ ବହୁ ବ୍ୟୟ ବରାଦରେ ନିର୍ମିତ ରାସ୍ତାଟି ମଧ୍ୟ ବାରମ୍ବାର ଖରାପ ହେଉଛି।ଏବଂ ବିଭିନ୍ନ ଅସାଧ୍ୟ ରୋଗରେ ପଡି ନିରୀହ ଗରିବ ଖଟିଖିଆଟିଏ ସର୍ବସାନ୍ତ ହୋଇ ନିଶ୍ୱ ଭାବେ ଜୀବନ ହରାଉଛି।ଏବଂ କେବେ ଏହି ଜବରଦଖଲ ଉଛେଦ ସହିତ ଘଟଣାକୁ ପ୍ରଶାସନ ପ୍ରଶମିତ କରୁଛି ତାହା ଉପରେ ଏହି ଆଦିବାସୀ ହରିଜନ ଗ୍ରାମବାସୀଙ୍କ ନଜର ଓ ଜନସାଧାରଣ ଅସାଧ୍ୟ ଜୀବନ ବିତାଉଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *