ଆରିୟାନ ପ୍ରଧାନଙ୍କୁ ଲିଟଲ ଷ୍ଟାର ଓଲିମ୍ପାଇଡ଼ ପୁରସ୍କୃତ ରମ୍ଭା

ତା:-୦୨/୦୪/୨୬ :ନିଜ ବିଦ୍ୟାଳୟରେ ଉତ୍ତମ ସଫଳତା ହାସଲ କରିଥିବାରୁ ପାଲୁର ଜଙ୍କସନ ସ୍ଥିତ ବେଲପଡ଼ା ଗ୍ରାମର ଆରିୟାନ ପ୍ରଧାନ ଗଞ୍ଜାମ ,କାର୍ମେଲ କନଭେଣ୍ଟ ସ୍କୁଲ ପକ୍ଷରୁ ଲିଟଲ ଷ୍ଟାର ଓଲିମ୍ପାଇଡ଼ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ଆରିୟାନ ପ୍ରଧାନ କାର୍ମେଲ କନଭେଣ୍ଟ ସ୍କୁଲର ୟୁକେଜି ଛାତ୍ର । ତାହା ସହ ଆରିୟାନ ବେଲପଡା ଗ୍ରାମର ପଦ୍ମନାଭ ପ୍ରଧାନଙ୍କ ଏକମାତ୍ର ପୁଅ । ତାଙ୍କ ବାପା ମା’ଗାଇଡ଼ କରି ଆରିୟାନଙ୍କୁ ଘରେ ପାଠ ପଢ଼ାଉଥିଲେ । ଆରିୟାନଙ୍କ ଉତ୍ସାହ ସଫଳତାର ସିଡ଼ି ଚଢ଼ିବାର ଆରମ୍ଭ ହୋଇଛି । ଇଭିଏସ ଓ ଗଣିତରେ ସର୍ବୋଚ୍ଚ ମାର୍କ ରଖିଥିବାରୁ ବିଦ୍ୟାଳୟର କର୍ତ୍ତୃପକ୍ଷ ଆରିୟାନଙ୍କୁ ତାଙ୍କ ପାଠ ପଢ଼ା ଉତ୍ସାହର ଫଳ ପ୍ରଦାନ କରିଛନ୍ତି । ଯାହାକୁ ନେଇ ଅଞ୍ଚଳବାସୀ ଓ ନିଜ ପରିବାରବର୍ଗ ସଫଳତାର ସିଡ଼ି ଚଢ଼ିବା ପାଇଁ ଆର୍ଶୀବାଦ କାମନା କରିବା ସହ ଶୁଭେଚ୍ଛାର ସୁଅ ଛୁଟିଛି ।

Leave a Reply

Your email address will not be published. Required fields are marked *