ଖଟରେ ବୋହିହୋଇ ଆସିଲା ବେଳେବାଟରେ ପ୍ରସୂତୀ ହେଲେ ମା,ଆଶା ଦିଦି କେବଳ ଭରସା,ରାସ୍ତା ସମସ୍ୟା

କନ୍ଧମାଳ:-୧୨/୦୮- କନ୍ଧମାଳ ଜିଲ୍ଲାରେ ପୁଣି ଜନନୀ ଯନ୍ତ୍ରଣା ପଦାକୁ ଆସିଛି ରାସ୍ତା ସାଜିଛି ବାଧକ ଗାଁକୁ ଆମ୍ବୁଲାନ୍ସ ଗାଡ଼ି ଯାଇ ପାରିଲା ନାହିଁ। ଖଟରେ ବୋହିହୋଇ ଆସିଲାବେଳେ ବାଟରେ ପ୍ରସୂତୀ ହେଲେ ମା।ପାଖରେ କେବଳ ଭରସା ଥିଲେ ଆସାଦିଦି ବୈଦେହୀ ବେହେରା ଆସାଦିଦିଙ୍କ କାର୍ଯ୍ୟ କଳାପର ମହାନତା ପାଇଁ ସବୁଶ୍ରେୟ ଦେଲେ ଦର୍ଶକ ଓ ବୁଦ୍ଧିଜୀବି।ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅଧିନସ୍ଥ ସୁଡୁକୁମ୍ପା ପଞ୍ଚାୟତରେ।ଖବରରୁ ପ୍ରକାଶ ଯେ ପଞ୍ଚାୟତର ଦଡ଼ମାସ୍କା ଗ୍ରାମର ବିଜୟ କହଁରଙ୍କ ପତ୍ନୀ ସସ୍ମିତା କହଁର ଗର୍ଭବତୀ ଥିଲେ ତାଙ୍କର ଅଧିକ ଯନ୍ତ୍ରଣା ହେବାରୁ ପ୍ରସୂତୀ ପାଇଁ ଡାକ୍ତର ଖାନାକୁ ଯିବାକୁ ପଡ଼ିବାରୁ ଆମ୍ବୁଲାନ୍ସ ଗାଡ଼ିକୁ ଫୋନ କରିଥିଲେ ହେଲେ ଗାଁ ଭିତରକୁ ଆମ୍ବୁଲାନ୍ସ ଗାଡ଼ି ଆସିବା ପାଇଁ ରାସ୍ତାର ଆସୁବିଧା ହେତୁ ମୁଖ୍ୟ ରାସ୍ତାକୁ ଖଟରେ ୧ କିଲୋମିଟର ବୋହି ଆଣିଲାବେଳେ ବାଟରେ ସସ୍ମିତା ପ୍ରସୂତୀ ହୋଇଥିଲେ ପାଖରେ ଆସାଦିଦି ଥିବାରୁ ସମସ୍ତ ସେବା ଯୋଗାଇ ମୁଖ୍ୟ ରାସ୍ତା ଯୋଗୀମାରି ମୁଣ୍ଡା ପଡ଼ିଆ ଛକରୁ ଆମ୍ବୁଲାନ୍ସ ରେ ଭର୍ତିକରି ଫୁଲବାଣୀ ଡାକ୍ତର ଖାନାକୁ ନେଇ ଥିଲେ।ପ୍ରସୂତୀ ମା ସସ୍ମିତା ଓ ନବଜାତ ଶିଶୁଚିକିତ୍ସାରେ ସୁସ୍ଥ ଜଣାପଡ଼ିଛି।୨ ଦିନ ଭିତରେ ରାସ୍ତା କାମ କରା ନ ଗଲେ ରାଜ ରାସ୍ତାକୁ ଆସି ଆନ୍ଦୋଳନ କରିବାକୁ ଗ୍ରାମବାସୀ ଗଣମାଧ୍ୟମ ଆଗରେ ପ୍ରସାସନଙ୍କୁ ଚେତାବନୀ ଦେଇଛନ୍ତି।

ରିପୋର୍ଟ-ବୈଦ୍ୟନାଥ ବେହେରା।

Leave a Reply

Your email address will not be published. Required fields are marked *