ଜଟଣୀ ଆଶା ପ୍ଲେ ସ୍କୁଲର ୨୫ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଜଟଣୀ ରାମଚନ୍ଦ୍ରପୁର ବଜାର ଅଧୀନ ହରିଭାଇନା ଛକ ନିକଟ ଜଟଣୀ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ଆଶା ପ୍ଲେ ସ୍କୁଲର ୨୫ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି | ଏହି ପ୍ଲେ ସ୍କୁଲର ଜଟଣୀରେ ସ୍ୱତନ୍ତ୍ର ପରିଚୟ ରହିଛି | ସ୍କୁଲ ଯିବା ପୂର୍ବରୁ କୋମଳମତି ଛୋଟ ଛୋଟ ପିଲାମାନଙ୍କୁ ଏହି ପ୍ଲେ ସ୍କୁଲରେ ହସ ଖେଳ ନାଚ କୁଦ ମାଧ୍ୟମରେ ପାଠ ପଢ଼ା ଯାଇଥାଏ | ଆଶା ପ୍ଲେ ସ୍କୁଲର ୨୫ ତମ ବାର୍ଷିକ ଉତ୍ସବରେ ଜଟଣୀ ପଦନପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଦିବାକର ମଙ୍ଗରାଜ, ଜଟଣୀ କଲେଜର ଅଧ୍ୟାପିକା ପବିତ୍ରା ପଦ୍ମାସେନା ପଣ୍ଡା, ଜଟଣୀ ଅଞ୍ଚଳର ବରିଷ୍ଠ ଅବସରପ୍ରାପ୍ତ ଡାକ୍ତର କୃଷ୍ଣ କୁମାର ମହାନ୍ତି, ନୋଟାରୀ ପବ୍ଲିକ ଅବନୀ କୁମାର ରାଉତରାୟ ଅତିଥି ଭାବେ ଯୋଗ ଦେଇଥିଲେ | ଆଶା ପ୍ଲେ ସ୍କୁଲର କୋ ଫାଉଣ୍ଡର ପ୍ରଦୀପ୍ତ କୁମାର ଶତପଥୀ ଓ ଅଧ୍ୟକ୍ଷ୍ୟା ବିଜୟିନୀ ଦାଶ ବାର୍ଷିକ ଉତ୍ସବକୁ ପରିଚାଳନା କରିଥିଲେ | ଏହି କାର୍ଯ୍ୟକ୍ରମରେ ଆଶା ପ୍ଲେ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ଓ ବହୁ ବୁଦ୍ଧିଜିବି ଉପସ୍ଥିତ ରହିଥିଲେ | ତେବେ ଆସନ୍ତୁ ଦେଖିବା ଏ ବାବଦରେ ଆମ ଜଟଣୀ ପ୍ରତିନିଧି ସାହାବୁଦ୍ଦିନ ଖାଁ ଙ୍କ ସ୍ୱତନ୍ତ୍ର ଉପସ୍ଥାପନା |

Leave a Reply

Your email address will not be published. Required fields are marked *