ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ବାଲିଗୁଡା ଏନ.ଏ.ସି ପକ୍ଷରୁ “ଅଶ୍ମିତା ରଥ” ର ଶୁଭ ଉଦଘାଟନ ହୋଇଛି

କନ୍ଧମାଳ ଜିଲ୍ଲା ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମିଳନୀ ଉଦୁ ଘାଟନ ହୋଇଛି । ଏହି ଉଦଘାଟନୀ ସମାରୋହ ରେ ବାଲିଗୁଡା ବିଧାୟକ ଚକ୍ରମଣୀ କଂହର,କନ୍ଧମାଳ ସାଂସଦ ଙ୍କ ବାଲିଗୁଡା ପ୍ରତିନିଧି ଟୁନା ଦାସ, ଜିଲ୍ଲା ପରିଷଦ ଅଧକ୍ଷ୍ୟା ନନ୍ଦିନୀ ମଳିକ ଓ ବାଲିଗୁଡା ଉପଜିଲ୍ଲାପାଳ ରୀନା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଅଶ୍ମିତା ରଥ ର ଶୁଭାରମ୍ଭ କରିଥିଲେ l

ପରେ ସାମୁହିକ ଭାବେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା l ମାତୃଭାଷା ଓଡ଼ିଆ ର ପ୍ରଚାର ପ୍ରସାର ଓ ବିକାଶ ନେଇ ବାଲିଗୁଡା ଏନଏସି ର 13 ଟି ୱାର୍ଡ ଓ ବାଲିଗୁଡା ବ୍ଲକ ର 14 ଗୋଟି ପଂଚାୟତ ରେ ବୁଲିବ ଏହି ଅଶ୍ମିତା ରଥ l ଶାସ୍ତ୍ରୀୟ ଓଡ଼ିଆ ଭାଷାକୁ ବ୍ୟାପକ କରିବା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ନେଇ କୃତଜ୍ଞତା ଜ୍ଞାପନ କରିଛନ୍ତି ବାଲିଗୁଡା ଜନ ସାଧାରଣ l

Leave a Reply

Your email address will not be published. Required fields are marked *