ଯୌନ ନିର୍ଯ୍ୟାତନା ଅଭିଯୋଗରେ ଗିରଫ ହେଲେ ଅଶ୍ୱିନୀ ଦାଶ
ତିର୍ତ୍ତୋଲ:ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କଟରା ପଞ୍ଚାୟତ କୋରକର ଗ୍ରାମର ରଶ୍ମିତା ପରିଡା ଜଗତସିଂହପୁର ଜିଲ୍ଲାର ପୁରୋହିତ ପୁର ଅଞ୍ଚଳ ର ଜଣେ ସୁଧ ବ୍ୟବସାୟୀ ଅଶ୍ଵିନୀ କୁମାର ଦାଶ (ଚିଣ୍ଟୁ)ଙ୍କ ନାମରେ ତିର୍ତ୍ତୋଲ ଥାନାରେ ୨୧ଅଗଷ୍ଟ ୨୦୨୫ରେ ଯୌନ ନିର୍ଯ୍ୟାତନା ଅଭିଯୋଗ କରିଥିଲେ l ଅଶ୍ୱିନୀଙ୍କ ବଡ଼ଭାଇ ଙ୍କର ନିଜସ୍ୱ କାର୍ଯ୍ୟାଳୟ ଯାହାକି ଅଶ୍ୱିନୀଙ୍କର ପୁତ୍ର ନାମରେ “ଆଶୁତୋଷ ଆସୋସିଏଟ୍ସ୍” ରେ ପ୍ରାୟ ୧ ବର୍ଷ ହେଲା କାର୍ଯ୍ୟରତ ଥିବା ଜଣେ ଯୁବତୀକୁ ଯୌନ ନିର୍ଯାତନା ଦେଇଥିବା ନେଇ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିଥିଲେ l ତିର୍ତ୍ତୋଲ ପୋଲିସ ୨୧ଅଗଷ୍ଟ ୨୦୨୫ରେ ଅଭିଯୋଗ ପାଇ କେସ ନମ୍ବର ୪୩୧/୨୫ରେ ମାମଲା ରୁଜୁ କରି ତଦନ୍ତ ଚଲାଇଥିଲେ l ଅଶ୍ୱିନୀ ଦାଶ ସୁଧ ବେପାରୀ ଭାବେ ବେଶ ପରିଚିତ ହୋଇଥିବା ବେଳେ ବିଜେଡି ର ଜଣେ ସକ୍ରିୟ କର୍ମୀଭାବେ ମଧ୍ୟ ଜଣାଶୁଣା l ଅଶ୍ୱିନୀଙ୍କୁ ନଧରିବା ପାଇଁ ପୋଲିସକୁ ଚାପ ପକାଯାଇଥିବା ଶୁଣିବାକୁ ମିଳିଥିଲା l ଅଭିଯୋଗର ଦୁଇମାସ ପରେ ଗତ ସୋମବାର ୨୦/୧୦/୨୦୨୫ ରିଖ ଅପରାହ୍ନ ୩ ଘଟିକା ସମୟରେ ପୁରୋହିତସ୍ଥିତ ବାସଭବନରୁ ଅଶ୍ୱିନୀ ଦାଶ(ଚିଣ୍ଟୁ)ଙ୍କୁ ତିର୍ତ୍ତୋଲ ପୋଲିସ ଗିରଫ କରିଥିଲା l ଯୁବତୀ ଜଣକ ମହିଳା କମିଶନରଙ୍କୁ ଭେଟିବା ର କିଛି ଦିନ ପରେ ତିର୍ତ୍ତୋଲ ଅଞ୍ଚଳର ବିଜୁ ଜନତା ଦଳର କିଛି ଆଗ ଧାଡ଼ିର କର୍ମୀ ଓ ଠିକାଦାର ଙ୍କ ଦ୍ଵାରା ଯୁବତୀଙ୍କ ସମେତ ତାଙ୍କ ପରିବାର ଓ ସମ୍ପର୍କୀୟ ମାନଙ୍କୁ ଖୁଲମ୍ ଖୋଲା ଭାବେ ଧମକ ଦିଆଯାଉଥିଲା l ଅଶ୍ଵିନୀ କୁମାର ଦାଶ(ଚିଣ୍ଟୁ) ଙ୍କ ନାମରେ ଦେଇଥିବା ଅଭିଯୋଗ କୁ ତୁରନ୍ତ ରଫାଦଫା କର ନହେଲେ ପରିସ୍ଥିତି ଭାୟାଭୟ ହେବ। ଅଶ୍ୱିନୀ ଭିତରେ ରହିଲେ ପୁଣି ବାହାରକୁ ଜାମିନ ରେ ଆସିବ ତା ପରେ ଆସିଲା ପରେ ପରିସ୍ଥିତି କଣ ହେବ ଜାଣି ପରୁଛ ତ? ସାରା ପରିବାର ସହ ଯୁବତୀ ଙ୍କୁ ସାହାଯ୍ୟ କରୁଥିବା ପ୍ରତ୍ୟେକ ସଦସ୍ୟଙ୍କ ମୁଣ୍ଡ ଗଡିବ ବୋଲି ଧମକ ମିଳିଥିଲା। ତିର୍ତ୍ତୋଲ ପୋଲିସ ସବୁ ଘଟଣାର ଅନ୍ତ ଘଟାଇ ଅଶ୍ୱିନୀ ଙ୍କୁ ପୁରୋହିତପୁର ବାସଭବନରୁ ଗିରଫ କରି ମେଡିକାଲ ଯାଞ୍ଚ ପରେ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି l
