ଆସିକା ସାଂସଦ ଙ୍କ ସନ୍ତିଝର ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ

ଧରାକୋଟ,16/4/25ଗଞ୍ଜାମ ଜିଲ୍ଲାର ଧରାକୋଟ ନିକଟରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ସାନ୍ତିଝର ପୀଠ କୁ ଆସିକା ସାଂସଦ ଅନିତା ସୁଭର୍ଦର୍ଶନି ପଟନାୟକ ପରିଦର୍ଶନ କରିଛନ୍ତି । ସାନ୍ତିଝର ଉନ୍ନୟନ କମିଟି ସଭାପତି ସୁନିଲ କୁମାର ଚୌଧୁରୀ ,ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟ ଶରତ ରାଜ, ଯୁବ ସମାଜସେବି ହିମାଂଶୁ ଶେଖର ସ୍ୱାଇଁ, ରାଜା ସେଠୀ,ବି ଜେ ପି ମଣ୍ଡଳ ସଭାପତି ୟୁ ପାପା ରାଓ, ବବିନା ବେହେରା,ଅନିଲ ସ୍ୱାଇଁ, ଗଗନ ବିହାରୀ ସ୍ୱାଇଁ,କାହ୍ନୁ ଚରଣ ଗୌଡ଼ ପ୍ରମୁଖ ତାଙ୍କୁ ଏହି ଅବସରରେ ସ୍ବାଗତ କରିଥିଲେ । ସାଂସଦ ସାନ୍ତିଝର ପୀଠର ଉପର ମୁଣ୍ଡରେ ଥିବା ହନୁମାନ ବାଟିକା,ମଧ୍ୟ ଭାଗରେ ଥିବା ଗଡଚଣ୍ଡୀ, ତଳ ଭାଗରେ ଥିବା ଶିଶୁ ଉଦ୍ୟାନ କୁ ପରିଦର୍ଶନ କରିବା ସହ ପ୍ରାକୃତିକ ଶୋଭାରଜିରେ ଭରପୁର ଏହି ସ୍ଥାନକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବାପାଇଁ ଉଦ୍ୟମ କରିବେ ଏବଂ ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଆସିକା ସାଂସଦ ପ୍ରତିଶ୍ରୁତି ଦେଇଥିଲେ। ସା ନ୍ତିଝର ର ବିକାଶ ତଥା ପର୍ଯ୍ୟଟନ ମାନଚିତ୍ରରେ ଏହି ପୀଠକୁ ସ୍ଥାନ ଦେବା ପାଇଁ ସାଂସଦ ପ୍ରତିଶ୍ରୁତି ଦେଇଥିବାରୁ ଅଞ୍ଚଳ ବାସୀଙ୍କ ମଧ୍ୟରେ ଖୁସି ସଂଚାର ହୋଇଛି।

Leave a Reply

Your email address will not be published. Required fields are marked *