ଅଭିରୁଚି ଶିଶୁ ପ୍ରତିଭା ପ୍ରତିଯୋଗିତା-2023 ଅନୁଷ୍ଠିତ

.ଭୁବନେଶ୍ୱର, ଆଜି ଭାରତ ସ୍କାଉଟ ଆଣ୍ଡ ଗାଇଡ଼ ସମ୍ମିଳନୀ କକ୍ଷରେ ସତ୍ୟ ନଗର ଲେଡ଼ିଜ ଫୋରମ ତରଫରୁ ଏକ ପ୍ରତିଯୋଗିତା କାର୍ଯ୍ୟକ୍ରମ ଶିଶୁ ମାନଙ୍କ ପାଇଁ କରାଯାଇଥିଲା । ଆସନ୍ତା ଶିଶୁ ଦିବସକୁ ଆଖି ଆଗରେ ରଖି ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ସତ୍ୟ ନଗର ଲେଡ଼ିଜ ଫୋରମ ତରଫରୁ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଏଭଳି ଅଭିରୁଚି ଶିଶୁ ପ୍ରତିଯୋଗିତା କରାଯାଇଛି ବୋଲି ଫୋରମ ପ୍ରକାଶ କରିଛି । ଭୁବନେଶ୍ୱରର ବିଭିନ୍ନ ସ୍କୁଲରୁ ଛାତ୍ର ଛାତ୍ରୀ ମାନେ ଡ୍ରଇଂ, ରାଇମ ଓ ନୃତ୍ୟ ପ୍ରତିଯୋଗିତାରେ ଭାଗ ନେଉଛନ୍ତି, ପିଲାମାନେ ପାଠ ପଢା ପ୍ରେସରରୁ ବାହାରି ସେମାନଙ୍କ ପାଖରେ ଥିବା ଲୁକ୍କାୟିତ ପ୍ରତିଭାକୁ ଏକ୍ସପୋଜ କରିବା ଓ ଷ୍ଟେଜ ବ୍ୟବହାର କରି ନିଜର କୃତିତ୍ୱକୁ ଦେଖାଇବା ପାଇଁ ସତ୍ୟ ନଗର ଲେଡ଼ିଜ ଫୋରମ ତାର କାର୍ଯ୍ୟକ୍ରମ ଦୀର୍ଘ 10 ବର୍ଷ ଧରି ଜାରି ରଖିଛି ଓ ଅଭିଭାବକ ମାନେ ସମ୍ପୂର୍ଣ ସମର୍ଥନ ଦେଉଛନ୍ତି ବୋଲି କହିଛନ୍ତି ଫୋରମର ସାଧାରଣ ସମ୍ପାଦକ ଅନୁରାଧା ଦାସ । ଆଜି ପ୍ରତିଯୋଗିତାରେ ଯେଉଁମାନେ ସଫଳ ହେବେ ସେମାନଙ୍କୁ ଆସନ୍ତା ଡିସେମ୍ବର 3ତାରିଖରେ ପୁରସ୍କୃତ କରାଯିବ ବୋଲି ସୂଚନା ଦେଇଛନ୍ତି ସାଧାରଣ ସମ୍ପାଦିକା ଶ୍ରୀମତୀ ଦାସ।

ରିପୋର୍ଟ ବିଜୟ ନନ୍ଦ reporter

Leave a Reply

Your email address will not be published. Required fields are marked *