ଡ୍ରଗ୍ସ ଫ୍ରି ଇଣ୍ଡିଆ ପାଇଁ ଆସାମ ଯୁବକଙ୍କ ଭାରତ ପଦଯାତ୍ରା।୧୮୦ ଦିନରେ ପରିକ୍ରମା କଲେ ୬ ରାଜ୍ୟ

ବଡ଼ଚଣା – ୪/୧୧/୨୫ଡ୍ରଗ୍ସ ମୁକ୍ତ ଇଣ୍ଡିଆ ପାଇଁ ଜଣେ ଆସାମ ଯୁବକଙ୍କ ଅଭିନବ ପ୍ରୟାସ ଏବେ ସୁଦ୍ଧା ଜାରି ରହିଛି।ଚାଲି ଚାଲି ପଦଯାତ୍ରା କରି ସମଗ୍ର ଦେଶ ଭ୍ରମଣ କରିବାକୁ ଅଣ୍ଟା ଭିଡିଛନ୍ତି।ଏହି ଅଭିନବ ନିଶା ରଖିଥିବା ଯୁବକ ଜଣକ ହେଲେ ଆସାମ ରାଜ୍ୟର ଶ୍ରୀଭୂମି ଜିଲ୍ଲାର ପଲ୍ଲବ ଦେବ।ଡ୍ରଗ୍ସ ଫ୍ରି ଇଣ୍ଡିଆ ଆହ୍ୱାନ ଦେଇ ସାରା ଭାରତ ବର୍ଷ ପଦଯାତ୍ରାରେ ଚାଲିଛନ୍ତି ଆସାମର ଯୁବକ ପଲ୍ଲବ।ଆସାମ ଶ୍ରୀଭୂମି ଜିଲ୍ଲା ରାଣିବାଡ଼ି ଅଞ୍ଚଳର ପଲ୍ଲବ ଦେବ୍ ଗତ ମଇ ମାସ ୫ ତାରିଖରୁ ଏହି ପଦଯାତ୍ରା ଆରମ୍ଭ କରି ଆଜି ୧୮୫ ଦିନରେ ଚଣ୍ଡିଖୋଲ ଛକରେ ପହଞ୍ଚି ଥିଲେ।କାନ୍ଧରେ ବ୍ୟାଗ୍, ବ୍ୟାଗ୍ ପଛରେ ଡ୍ରଗ୍ସ ମୁକ୍ତ ଭାରତର ନାରା, ମୁଣ୍ଡ ଉପରେ ଜାତୀୟ ପତାକା ସାଙ୍ଗକୁ ହାତରେ ଖଣ୍ଡେ ବାଡ଼ି ଧରି ଆସାମରୁ ବାହାରିବା ପରେ ମେଘାଳୟ, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଓ ଛତିଶଗଡ ଅତିକ୍ରମ କରି ଏବେ ଓଡ଼ିଶାରେ ପହଞ୍ଚିଛନ୍ତି।ସେ ଏବେ ୫ ଟି ରାଜ୍ୟ ଅତିକ୍ରମ କରି ସାରିଲେଣି।ରାସ୍ତାରେ ପଦଯାତ୍ରା ବେଳେ ଲୋକଙ୍କୁ ସଚେତନ କରିବା ସହ ବିଭିନ୍ନ ସ୍କୁଲ, କଲେଜ ଦେଖିଲେ ସେଠାରେ ପହଞ୍ଚି ଡ୍ରଗ୍ସ ଫ୍ରି ଇଣ୍ଡିଆର ବାର୍ତ୍ତା ଦେଉଛନ୍ତି।୨୦୨୧ ମସିହାରେ ସେ ଗ୍ରାଜୁଏସନ ଡିଗ୍ରୀ ହାସଲ କରିବା ପରେ ଭାରତ ସେନାରେ ଯୋଗ ଦେବାର ବାରମ୍ବାର ଚେଷ୍ଟା କରି ବିଫଳ ହେବାରୁ ସେ ଏପରି କିଛି ଅନନ୍ୟ ଚିନ୍ତାଧାରା ନେଇ ସାରା ଭାରତ ପଦଯାତ୍ରା କରିବାର ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛନ୍ତି।ଶରୀରରେ ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ତାଙ୍କର ଏ ଡ୍ରଗ୍ସ ଫ୍ରି ଇଣ୍ଡିଆ ପଦଯାତ୍ରା ବଳବତ୍ତର ରହିବ ଓ ଯଦି କେତେବେଳେ ସେ ଅସୁସ୍ଥତା ଅନୁଭବ କରନ୍ତି ତେବେ ଚିକିତ୍ସା ନିମନ୍ତେ କିଛି ସମୟ ପାଇଁ ପଦଯାତ୍ରା ସ୍ଥଗିତ ରହିପାରେ।ଶ୍ରୀ ଦେବ୍ ଆଜି ଚଣ୍ଡିଖୋଲ ଛକରେ ପହଞ୍ଚିବା ମାତ୍ରେ ଏ ଖବର ତଡିତ୍ ବେଗରେ ପ୍ରଚାରିତ ହୋଇଥିଲା।ଏହି ଅବସରରେ ତାଙ୍କୁ ସ୍ବାଗତ ଜଣାଇବା ପାଇଁ ନୂଆ ସୁଙ୍ଗୁଡା ମା ତାରିଣୀ ପଦଯାତ୍ରା କମିଟି ମୁଖ୍ୟ, ମା ତାରିଣୀଙ୍କ ସମର୍ପିତ ସେବକ ଆଇନଜୀବି ଦୀନବନ୍ଧୁ ନାୟକଙ୍କ,ମା ତାରିଣୀ ପଦଯାତ୍ରା କମିଟିର ସମସ୍ତ ସଦସ୍ୟ ସଦସ୍ୟା,ଦୈତାରି ସେନାପତି, ବିନୋଦ ମାହାଲା,ବିଜେପି ଯୁବନେତା ପ୍ରୀତମ ନାୟକ, ବୈକୁଣ୍ଠ ସେନାପତି, ଶ୍ରୀରାମ ଚନ୍ଦ୍ର ସାହୁ,ବଡଚଣା କଂଗ୍ରେସ ଯୁବନେତା ଚର୍ଚ୍ଚିତ ମାହାଲା,ଗୁରୁଦତ୍ତ ସ୍ୱାଇଁ ପ୍ରମୁଖ ଶ୍ରୀ ଦେବ୍ ଙ୍କୁ ପାଛୋଟି ନେଇ ତାଙ୍କର ସେବା ସୁଶ୍ରୁଷା କରିବା ସହିତ ନୂଆସୁଙ୍ଗୁଡା ଗ୍ରାମ ସ୍ଥିତ ପ୍ରଭୁ ବିଶ୍ୱେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସମ୍ବର୍ଦ୍ଧିତ କରିଥିଲେ।ଏହା ପରେ ଶ୍ରୀ ଦେବ୍ ଗ୍ରାମର ଲୋକମାନଙ୍କୁ ଡ୍ରଗ୍ସ ଫ୍ରି ଇଣ୍ଡିଆ କାର୍ଯ୍ୟକ୍ରମର ସଫଳ ରୂପାୟନ ଓ ଏହି କାର୍ଯ୍ୟକ୍ରମକୁ ଶତ ପ୍ରତିଶତ ସଫଳ କରିବା ପାଇଁ ନିବେଦନ କରିବା ସହିତ ସଚେତନ କରିଥିଲେ।ଗ୍ରାମର ଲୋକମାନେ ଶ୍ରୀ ଦେବ୍ ଙ୍କୁ ଶୁଭେଚ୍ଛା ଜଣେଇବା ସହ ତାଙ୍କର ଏ ପଦଯାତ୍ରା ସଫଳ ହେଉ ଓ ତାଙ୍କର ଏ ମହତ କାର୍ଯ୍ୟର ଭୁୟସୀ ପ୍ରଶଂସା କରିଥିଲେ।

Leave a Reply

Your email address will not be published. Required fields are marked *