ବିଧାନସଭାସ୍ତରୀୟ ବିକାଶ କମଟି ବୈଠକ ଯୋଜନାର କାର୍ଯ୍ୟକାରିତା କ୍ଷେତ୍ର ସ୍ତରରେ ତଦାରଖ କରାଯିବ
ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭାଗୀୟ ସରକାରୀ ଯୋଜନା ସବୁର କାର୍ଯ୍ୟକାରିତା ନେଇ ସଫଳତା, ସମସ୍ୟା ଓ ସଚେତନତା ସମ୍ବନ୍ଧୀୟ ସମୀକ୍ଷା ପାଇଁ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ବିକାଶ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦଇ, କାର୍ଯ୍ୟକ୍ରମର ସଂଯୋଜକ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ପରିଚଳନା ବିଭାଗର ଯୁଗ୍ମ ନିର୍ଦ୍ଦେଶ ମହେଶ ଚନ୍ଦ୍ର ସ୍ବାଇଁ, ଅତିରିକ୍ତ ଉପଜିଲ୍ଲାପାଳ ଶ୍ୟାମଳ ରାୟ, ଅତିରିକ୍ତ ଏସ୍ପି ବାସୁଦେବ ୱାଇଁ, ଭଦ୍ରକ ପଞ୍ଚାୟତ ସମିତି ଅଧ୍ଯକ୍ଷା ଭର୍ମିଳା ନାୟକ ଓ ଭଦ୍ରକ ପୌରପାଳିକା ଅଧ୍ଯକ୍ଷା ଗୁଲମକ୍ତି ଦଲୱାଳି ହବିବ୍ ପ୍ରମୁଖ ଯୋଗଦେଇ ଥିଲେ ।

ସାଧାରଣ ଜନତାଙ୍କ ଜୀବନ ଜୀବିକା ସହ ଜଡ଼ିତ ରହୁଥିବା କୃଷି, ଉଦ୍ୟାନକୃଷି, ପ୍ରାଣୀ ସମ୍ପଦ, ମତ୍ସ୍ୟ ଓ ମୁଭିକା ସଂରକ୍ଷଣ ପ୍ରମୁଖ ୫ଟି ଗୁରୁତ୍ବପୂର୍ଣ ବିଭାଗ ଜରିଆରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ଜନ କଲ୍ୟାଣକାରୀ ଯୋଜନା ଗୁଡ଼ିକର ସୁବିଧା ସୁଯୋଗ ବିଷୟରେ ଅଧିକରୁ ଅଧିକ ସଚେତନ କରାଯାଇ ଆଗ୍ରହୀ ହିଁ ଚାଧୁକାରୀଙ୍କୁ ସାମିଲ କରିବାକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା । ପାର୍ଟିଠାରୁ ଇର୍ଡ଼ରେ ରହି ମାଟି ପାଇଁ କାମ କରି ଭଦ୍ରକର ସର୍ବାଙ୍ଗୀନ ବିକାଶରେ ସହାୟକ ହେବା, ଭଦ୍ରକ ନିର୍ବାଚନ ମଣ୍ଡଳୀକୁ ଓଡ଼ିଶାର ଏକ ବିକଶିତ ନିର୍ବାଚନ ମଣ୍ଡଳୀରେ ପରିଣତ କରିବା ଏବଂ ଏ ଦିଗରେ କୌଣସି ବିଭାଗରେ କୌଣସି ପ୍ରକାର ଅବ୍ୟବସ୍ଥାକୁ ବରଦାସ୍ତ କରାଯିବ ନାହିଁ ବୋଲି ବିଧାୟକ ବୈଠକରେ ଅବଗତ କରାଇଥିଲେ । କ୍ଷେତ୍ର ସ୍ତରରେ ସଠିକ୍ କାର୍ଯ୍ୟକାରିତାର ପରୀକ୍ଷଣ ପାଇଁ ବିଧାୟକଙ୍କୁ କ୍ଷେତ୍ର ସ୍ତରରେ ପରିବର୍ଶନ କରାଇବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
