ପ୍ରଧାନମନ୍ତ୍ରୀ ଆବାସ ଦିବସ ରେ ୧୦୬ ଜଣ ଙ୍କୁ କାର୍ଯ୍ୟାଦେଶ ବଣ୍ଟନ

ପୁରୀ ୧୭/୯ ପୁରୀ ଟାଉନ ହଲ ପରିସରରେ ଆଜି ପୂର୍ବାହ୍ନରେ ୧୦୬ ଜଣ ହିତାଧିକାରୀ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳରେ କାର୍ଯ୍ୟାଦେଶ ପତ୍ର ବଣ୍ଟନ କରାଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି ପ୍ରତ୍ୟେକ ବ୍ୟକ୍ତି ର ସ୍ୱପ୍ନ ଥାଏ ନିଜର ଘର ଟିଏ ପାଇଁ।ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାହାକୁ ସଫଳ କରୁଛି।ତେବେ କାର୍ଯ୍ୟାଦେଶ ପାଇବା ସହ ଏହାକୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ପୂର୍ଣ୍ଣାଙ୍ଗ କରିବାକୁ ପରାମର୍ଶ ଦେଇଥିଲେ।ପୁରୀ ଏକ ପ୍ରାଚୀନ ସହର।ପୂର୍ବ ତୁଳନାରେ ପୁରୀ ର ସ୍ଥାୟୀ ବାସିନ୍ଦା ଙ୍କ ସଂଖ୍ୟା ରେ ଅନେକ ବୃଦ୍ଧି ଘଟିଛି।ତତ ସହିତ ପୁରୀ ଆଧ୍ୟାତ୍ମିକ ଓ ପର୍ଯ୍ୟଟନ କ୍ଷେତ୍ର ହୋଇ ଥିବାରୁ ଦୈନିକ ହଜାର ହଜାର ଲୋକ ଙ୍କ ସମାଗମ ହେଉଛି।ପୁରୁଣା ଡ୍ରେନ,ହାଡି ଗୋହିରୀ ଇତ୍ୟାଦି ର ପୁନରୁଦ୍ଧାର ର ଆବଶ୍ୟକତା ରହିଛି।ପୁରୀ କୁ ମହାନଗର ନିଗମ ର ଘୋଷଣା ଏକ ଉତ୍ତମ ପଦକ୍ଷେପ ଓ ଅନ୍ୟାନ୍ୟ ବ୍ୟବସ୍ଥା କୂ ସମ୍ମିଳିତ ଭାବେ ବିକଶିତ କରାଯିବ ବୋଲି ଶ୍ରୀ ମହାନ୍ତି କହିଥିଲେ।

ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ଏଥିରେ ଅଧ୍ୟକ୍ଷତା କରି ସମସ୍ତଙ୍କୁ ସ୍ବାଗତ ସହ ଆବାସ ଯୋଜନା ସହ ଅନ୍ୟାନ୍ୟ ବିଭାଗ ଦ୍ଵାରା ପ୍ରଦତ୍ତ ବିବିଧ ସୁବିଧା ଯଥା ବିଦ୍ୟୁତ ଯୋଗାଣ, ଜଳ ଯୋଗାଣ, ବୃକ୍ଷ ରୋପଣ, ସ୍ୱଛତା ଇତ୍ୟାଦି ହିତାଧିକାରୀ ଙ୍କୁ ଯୋଗାଇ ଦିଆଯିବ ବୋଲି କହିଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଏଥିରେ ଯୋଗ ଦେଇ ଥିଲେ।ପୌରପାଳିକା ର ସି ଓ ରେସମା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଏହି ଅବସରରେ ଅତିଥି ମାନେ ହିତାଧିକାରୀ ଙ୍କୁ କାର୍ଯ୍ୟାଦେଶ ବଣ୍ଟନ ସହ ଟାଉନ ହଲ ପରିସରରେ ବୃକ୍ଷ ରୋପଣ କରି ରଙ୍ଗୋଲୀ ଓ ବିଭିନ୍ନ ବିଭାଗର ସଚେତନତା ଷ୍ଟଲକୁ ପରିଦର୍ଶନ କରିଥିଲେ।ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *