ସହାୟକ ଯୋଗ ଶିକ୍ଷକ ପ୍ରଶିକ୍ଷଣ ଶିବିର ଉଦଯାପିତ

କାମାକ୍ଷାନଗର ପତଞ୍ଜଳି ଯୋଗ ସମିତି ପକ୍ଷରୁ ପଚିଶ ଦିବାସୀୟ ସହାୟକ ଯୋଗ ଶିକ୍ଷକ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇ ଯାଇଛି l ଢେଙ୍କାନାଳ ପତଞ୍ଜଳି ଯୋଗ ସମିତି ର ଜିଲ୍ଲା ପ୍ରଭାରୀ ରବିନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ବିଧାୟକ ଶତ୍ରୁଘ୍ନ ଜେନା ଯୋଗ ଦେଇ ସାଂପ୍ରତିକ ପରିସ୍ଥିତିରେ ଯୋଗ ର ଉପକାରିତା ଉପରେ ଆଲୋକପାତ କରିଥିଲେ l

ତହସିଲଦାର ପ୍ରିୟବ୍ରତ ଦାସ ଯୋଗଦେଇ ଯୋଗ ଶିକ୍ଷଣ ଉପରେ ଆଲୋଚନା କରିଥିଲେ l ରାଜ୍ୟ ପ୍ରଭାରୀ ରାଧାକୃଷ୍ଣ ବହିଦାର,ସ୍ୱୟଂ ପ୍ରକାଶ ମହାପାତ୍ର, ଗିରିଜା ଦେବୀ ପ୍ରମୁଖ ଯୋଗ ସଂପର୍କରେ ସୂଚନା ଦେଇଥିଲେ l ଏହି ଶିବିରରେ ଶହେ ରୁ ଉର୍ଦ୍ଧ ସହାୟକ ଯୋଗ ଶିକ୍ଷକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ସହିତ ମାନପତ୍ର ପ୍ରଦାନ କରାଯାଇଥିଲା l ସଂଯୋଜକ ପ୍ରଦୀପ ନାୟକ ଧନ୍ୟବାଦ ଦେଇଥିଲେ l

Leave a Reply

Your email address will not be published. Required fields are marked *