ଅସ୍ତରଙ୍ଗ ଗଙ୍ଗଦେବୀ ସମୁଦ୍ର ରୁ ଉଦ୍ଧାର ହେଲା ବଉଳା କୁମ୍ଭୀର ।
ପୁରୀ ଜିଲ୍ଲା ଅସ୍ତରଙ୍ଗ ସମୁଦ୍ର ରୁ ବଉଳା କୁମ୍ଭୀର ଉଦ୍ଧାର। ଗତ କିଛି ମାସେ ହେବ ଅସ୍ତରଙ୍ଗ ଜାହାନିଆ ସମୁଦ୍ର ପରେ ପୁନର୍ବାର ଅଣକଣା ସମୁଦ୍ର ନିକଟରେ ଗତକାଲି ସମୁଦ୍ର କୂଳରେ ବିଚରଣ କରୁଥିବା ବେଳେ କିଛି ମସ୍ଚ୍ୟଜୀବି କୁମ୍ଭୀର ଦେଖିବା ପରେ ବନ ବିଭାଗ କୁ ଖବର ଦେଇଥିଲେ। ବନ ବିଭାଗ ତରଫରୁ କେନ୍ଦ୍ରାପଡା ଅଂଚଳର ରେସକ୍ୟୁ ଟିମ୍ ରାଜନଗର ବନ ବିଭାଗ ତରଫରୁ ଏକ ସ୍ୱତନ୍ତ୍ର ୬ଟିମ୍ ଅସ୍ତରଙ୍ଗ ସମୁଦ୍ର କୂଳରେ କୁମ୍ଭୀର ଧରିବାକୁ ପ୍ରୟାସ କରିଥିଲେ। ଦୀର୍ଘ ୮ଘଣ୍ଟାରୁ ଉର୍ଦ୍ଧ ପରିଶ୍ରମ ପରେ ୧୦ଫୁଟ ଲମ୍ବର କୁମ୍ଭୀର ଉଦ୍ଧାର କରିଛନ୍ତି। ଅସ୍ତରଙ୍ଗ ବନ ବିଭାଗ କର୍ମଚାରୀ ଓ ରାଜନଗର ୬ଜଣିଆ ଟିମ୍ ବିରାଟ କୁମ୍ଭୀର କୁ ଉଦ୍ଧାର କରିଛନ୍ତି। ଯାହା ଜଣା ପଡୁଛି କୁମ୍ଭୀର ଟି ଅସୁସ୍ଥ ରହିଛି। ଉଦ୍ଧାର କୁମ୍ଭୀର ରାଜନଗର କୁ ଗାଡି ଯୋଗେ ପଠାଯାଇଛି।
