ଗଦଗୁଡା ଠାରେ ଅଷ୍ଟ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ

ଗଦଗୁଡା ଠାରେ ଅଷ୍ଟ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ।କନ୍ଧମାଳ ତା ୨୯/୦୩/୨୦୨୫ କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଗଦଗୁଡା ଠାରେ ବାସୁଦେବ ସତସଙ୍ଗ ଯଜ୍ଞ କମିଟି ତରଫରୁ ୨୭/୦୩/୦୨୫ ରିଖରେ ଷଷ୍ଠତମ ବାର୍ଷିକ ବିଶ୍ୱ ଶାନ୍ତି ଅଷ୍ଟ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି ! ଏହି ଯଜ୍ଞ ଟି ପ୍ରତିବର୍ଷ ଗାଁ ରେ ହେଉଥିବା ବେଳେ ଏହି ବର୍ଷ ମଧ୍ୟ ହୋଇଯାଇଛି । ଏହି ଯଜ୍ଞ ରେ ବିଭିନ୍ନ ପ୍ରକାର ର ସାଧୁ ସନ୍ଥ ମାନେ ଯୋଗଦେଇ ଥିବାବେଳେ ଅନେକ ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳିଥିଲା ଏବଂ ଯଜ୍ଞ ଆରମ୍ଭ ଦିନରେ ରୀତିନୀତି ଅନୁସାରେ ପୂଜା ଵିଧି କରି ନାଳ ରୁ କଳସ ରେ ଜଳ ଆଣି କୁଞ୍ଜ ଚତୁର୍ପାର୍ଶ୍ୱରେ ରଖି ଯାତ୍ରା ହୋଇଥିବା ବେଳେ ଦ୍ୱିତୀୟ ଦିନରେ ନାମ ଆରମ୍ଭ ହୋଇ ଥିବା ବେଳେ ତୃତୀୟ ଦିନେରେ ନାମ ଶେଷ ହୋଇଥିଲା ! ଏହି ଯଜ୍ଞ ଟି ସମସ୍ତ ଙ୍କ ସହ ଯୋଗ ରେ ହୋଇଥିବା ବେଳେ ଏଠାରେ ନାମଯଜ୍ଞ, ଘୃତଯଜ୍ଞ, ଅର୍ଣ୍ଣଯଜ୍ଞ, ଜ୍ଞାନଯଜ୍ଞ ହୋଇଯାଇଛି ! ନିତି ନିୟମ ଅନୁସାରେ ସୁନ୍ଦର ଭାବରେ ଆଚାର୍ଯ୍ୟ ପୂଜାରୀ ରାକେଶ ତ୍ରିପାଠୀ ପୂଜା ପାଠ କରିଥିବା ବେଳେ ଜଜମାନ ଭାବେ ଯୁବନ ପ୍ରଧାନ, ସିମିତା ପ୍ରଧାନ କାର୍ଯ୍ୟ ତୁଲାଇ ସମାପନ କରିଥିଲେ ! ଏହି ଯଜ୍ଞ କୁ ଦୂରଦୂରାନ୍ତ ରୁ ସଂକୀର୍ତନ ମଣ୍ଡଳୀ ୨୫ ଥଳ ଯୋଗଦେଇ ଥିବା ବେଳେ ଯଜ୍ଞ ଦେଖିବାକୁ ଭକ୍ତ ଙ୍କ ପ୍ରବଳ ଜନ ଗହଳି ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ବାବା ବାଳକରାମ ଦାସ , ପ୍ରବଚକ ପ୍ରେମନ୍ତ କହଁର, ସୁରେଶନ ଦିଗାଲ, ଶରତ ନାୟକ,ରସାନ୍ତ ପ୍ରଧାନ ଏବଂ ଦୂରଦୂରାନ୍ତର ରୁ ଆସିଥିବା ସାଧୁସନ୍ଥ ଆସି ପ୍ରବଚନ ମାଧ୍ୟମରେ ଭକ୍ତ ମାନଙ୍କୁ ଧର୍ମବାଣି ଶୁଣାଇ ଥିଲେ । ଯଜ୍ଞ କୁ ସଭାପତି ରସାନ୍ତ ପ୍ରଧାନ, ଉପସଭାପତି ଚିତରଞ୍ଜନ ପ୍ରଧାନ,ସମ୍ପାଦକ ଲଙ୍କେଶ୍ୱର ପ୍ରଧାନ , କୋଷାଧକ୍ଷ ମହାଜନି ପ୍ରଧାନ , ଉପଦେଷ୍ଟା ବନମାଳୀ ପଟ୍ଟନାୟକ ଏବଂ ଶତପଥି ପ୍ରଧାନ, ଇନିକିସି ପ୍ରଧାନ, ପ୍ରାଣେଶ୍ୱର ପ୍ରଧାନ, ବିଭୁ ଚରଣ ପ୍ରଧାନ, ଜୋତିରଞ୍ଜନ ପ୍ରଧାନ, ପ୍ରବୀଣ ପ୍ରଧାନଓ ମହିଳା ସୁମତି ପ୍ରଧାନ, ଅମିୟ ପ୍ରଧାନ, ସୁନିତା ପ୍ରଧାନ ଓ ଗ୍ରାମର ସମସ୍ତ ବାପା,ମା,ଯୁବକ ଯୁବତୀ ମାନେ ସହ ଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *