ପୂର୍ବାହ୍ନ ଘ.୧୦.୩୦ ମିନିଟ ସମୟରେ ପୁରୀ ସଦର ମହକୁମା ୱାର୍ଡ ନଂ-୧୯ ପୋଡାକୋଠୀରେ ଅବସ୍ଥିତ

ଆଜି ତା.୨୦.୦୨.୨୪ ରିଖ ପୂର୍ବାହ୍ନ ଘ.୧୦.୩୦ ମିନିଟ ସମୟରେ ପୁରୀ ସଦର ମହକୁମା ୱାର୍ଡ ନଂ-୧୯ ପୋଡାକୋଠୀରେ ଅବସ୍ଥିତ ଓ ଜ୍ୟୋତ୍ସ୍ନା ଦାସଙ୍କ ଦ୍ଵାରା ପରିଚାଳିତ ସୁଲଭ ମୂଲ୍ୟ ଦୋକାନରେ ଓଡିଶା ସରକାରଙ୍କ ତରଫରୁ PDS ହିତାଧିକାରୀଙ୍କୁ ଦିଆଯାଇଥିବା ଏକ ହଜାର ଟଙ୍କାର ସହାୟତା ରାଶି ନଗଦ ଆକାରରେ ବଣ୍ଟନ କାର୍ଯ୍ୟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜ୍ୟୋସ୍ନାରାଣୀ ସ୍ୱାଇଁ ଓ ଜିଲ୍ଲାପାଳ ବିଜୟ କୁମାର ଦାଶ ଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୩,୪୭,୮୨୪ ସଂଖ୍ୟକ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଭିତ୍ତିରେ ଅନ୍ତର୍ଭୂକ୍ତ ପରିବାର ଓ ୧୯,୦୪୩ ସଂଖ୍ୟକ ରାଜ୍ୟ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମରେ ଅନ୍ତର୍ଭୂକ୍ତ ସମସ୍ତ ପରିବାର ଏହି ସହାୟତା ରାଶି ପାଇବେ।ଏହି ରାଶି ସମସ୍ତ ସୁଲଭ ମୂଲ୍ୟ ଦୋକାନରେ ବଣ୍ଟନ କରାଯିବ ଏବଂ ଆଗାମୀ ଦଶ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ହେବ।ଏହି ସମୟ ସୀମା ମଧ୍ୟରେ ଉକ୍ତ ସହାୟତା ରାଶି ଗ୍ରହଣ କରିବାକୁ ଜିଲ୍ଲା ଯୋଗାଣ ଅଧିକାରୀ ସମସ୍ତ ହିତାଧିକାରୀଙ୍କୁ ନିବେଦନ କରିଅଛନ୍ତି।

Leave a Reply

Your email address will not be published. Required fields are marked *