ଅଗ୍ରୱାଲ ଧର୍ମଶାଳାରେ ପ୍ରଜାପିତା ବ୍ରହ୍ମା କୁମାରୀ ୫୦ ବର୍ଷ ପୁର୍ତିରେ ପାଳିଲା ସୁବର୍ଣ୍ଣ ଜୟନ୍ତୀ
ଜଟଣୀର ପ୍ରଜାପିତା ବ୍ରହ୍ମା କୁମାରୀ ସେବାକେନ୍ଦ୍ର ଆନୁକୁଲ୍ଯରେ ଏକ ବିରାଟ ବ୍ରହ୍ମା କୁମରୀ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ମହା ସମ୍ମିଳନୀ ଜଟଣୀ ସ୍ଥିତ ଅଗ୍ରୱାଲ ଧର୍ମଶାଳାରେ ହଜାର ହଜାର ବ୍ରହ୍ମା କୁମାରୀ ଓ ବ୍ରହ୍ମା କୁମାର ମାନେ ବହିର୍ ଓଡିଶାରୁ ଆସି ଯୋଗଦାନ କରିଥିଲେ। ଏହା ଏକ ମହା ମିଳନ ସମାବେଶ ହୋଇଥିଲା। ରାଜଯୋଗିନୀ ବ୍ରହ୍ମା କୁମାରୀ ଡକ୍ଟର କମଲେଶ ଭଉଣୀ ଏହି ସମ୍ମିଳନୀର ମୁଖ୍ଯ ଆକର୍ଷଣ। ବ୍ରହ୍ମା କୁମରୀ ଡକ୍ଟର କମଲେଶ ଭଉଣୀ ଉତ୍କଳ ଧରଣୀର ସର୍ବ ପ୍ରଥମ ପ୍ରଜାପିତା ବ୍ରହ୍ମା କୁମାରୀ। ସେହି ଭଉଣୀ, ମହିଅସି ମହିଳାଙ୍କ ଅତୁଳନୀୟ ଅବଦାନରେ ଉତ୍କଳ ଧରଣୀରରେ ଗଡିଉଠିଥିଲା ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ। ସେହି ଈଶ୍ୱରୀୟ ବିଶ୍ବବିଦ୍ୟାଳୟ ୫୦ ବର୍ଷରେ ପଦାର୍ପଣ କରିଛି। ସେହି ପରିପ୍ରେକ୍ଷୀରେ ବ୍ରହ୍ମା କୁମାରୀ ଡକ୍ଟର କମଲେଶ ଭଉଣୀଙ୍କ ଅବଦାନ ଓ ଆଧ୍ୟାତ୍ମିକ ସେବା ପ୍ରଦାନ କୁ ସ୍ମରଣ ନିମନ୍ତେ ୫୦ ବର୍ଷ ପୁର୍ତିରେ ସୁବର୍ଣ୍ଣ ଜୟନ୍ତୀ ପାଳନ କରାଯାଇଥଲା। ଏହି ସୁବର୍ଣ୍ଣ ଜୟନ୍ତି ମହାସମାରୋହରେ ମୁଖ୍ଯ ଅତିଥି ସନ୍ମାନିୟା ସାସଂଦ ଅପରାଜିତା ଷଡଙ୍ଗୀ, ପ୍ରତିଭା ମହାରଥୀ ଯୋଗଦାନ ଦେଇଥିଲେ। ସର୍ବୋପରି, ସର୍ବ ପ୍ରଥମେ ଦିପ ପ୍ରଜୋଳନ କରି ସଭା କାର୍ଯ ଆରମ୍ଭ କରାଯାଇଥିଲା।
