ବନ୍ଧୁ ମିଳନ ଉତ୍ସବ

ବନ୍ଧୁ ମିଳନ ଉତ୍ସବରେ ଯୋଗଦାନ କଲେ ଭଣ୍ଡାରିପୋଖରି ବିଧାୟକ ଭଦ୍ରକ ଜିଲ୍ଲାପାଳ । ଓଡ଼ିଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ TRO24 NEWS ଦ୍ଵାରା ରବିବାର ସନ୍ଧ୍ଯାରେ ଭଦ୍ରକ ସଂସ୍କୃତି ଭବନ ପରିସରରେ ଜିଲ୍ଲାସ୍ତରୀୟ ବନ୍ଧୁ ମିଳନ ଓ ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବି. ଏନ. ୟୁପି, ଏମି ସ୍କୁଲର ଶିକ୍ଷକ ଦୀନରଞ୍ଜନ ପାଢୀଙ୍କ ସଭାପତିତ୍ବରେ ଆୟୋଜିତ ଆଜିର ବନ୍ଧୁମିଳନ ଉତ୍ସବରେ ମୁଖ୍ୟଅତିଥି ଭାବେ ଭଦ୍ରକ ଜିଲ୍ଲାପାଳ ଶ୍ରୀଯୁକ୍ତ ଦିଲ୍ଲୀପ ରାଉତରାୟ ଏବଂ ବରେଣ୍ୟ ଅତିଥି ଭାବେ ଭଣ୍ଡାରୀ ପୋଖରୀ ବିଧାୟକ ଶ୍ରୀଯୁକ୍ତ ସଂଜୀବ ମଲ୍ଲିକ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ TRO24 News ବିଶ୍ୱସନୀୟତା ଓ ନିରପେକ୍ଷ ଖବର ପ୍ରସାରଣକୁ ଭୂୟସୀ ପ୍ରସଂଶା କରିଥିଲେ l ମୁଖ୍ୟ ବକ୍ତା ଭାବେ ଭଦ୍ରକ ଡେପୁଟି କଲେକ୍ଟର ଏବଂ ଜିଲ୍ଲା ସୂଚନା ଅଧିକାରୀ ଶ୍ରୀଯୁକ୍ତ କାର୍ତ୍ତିକ ଚନ୍ଦ୍ର ମଣ୍ଡଳ ଯୋଗଦେଇ ଗଣମାଧ୍ୟମ ଚତୁର୍ଥସ୍ତମ୍ଭ ବୋଲି ନିଜକୁ ବିଚାର ନ କରି ପ୍ରଶାସନର ତୃତୀୟ ନୟନ ଭାବେ କାର୍ଯ୍ୟ କରିବା ଉଚିତ ବୋଲି ମତ ରଖିଥିଲେ । ସରକାରର ଦୁଇଟି ନୟନ ହେଲା ଦଳର କର୍ମୀ ଓ ସରକାରୀ କର୍ମଚାରୀ । ଅନେକ ସମୟରେ ସେମାନେ ସରକାରଙ୍କୁ ଠିକ କଥା କହି ନଥାନ୍ତି । ଏହି ଶୂନ୍ୟସ୍ଥାନ ଗଣମାଧ୍ୟମ ପୂରଣ କରିବା ଉଚିତ ବୋଲି ବକ୍ତବ୍ୟ ରଖିଥିଲେ lଶେଷରେ ମୁଖ୍ୟ ଅତିଥି ଭଦ୍ରକ ଜିଲ୍ଲା ପାଳ ଜିଲ୍ଲାପାଳ ଶ୍ରୀଯୁକ୍ତ ଦିଲ୍ଲୀପ ରାଉତରାୟ, ଏହି କାର୍ଯ୍ୟକ୍ରମ ଦ୍ୱାରା ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭାମାନେ ଲୋକଲୋଚନକୁ ଆସିବା ସହିତ ଆଗାମୀ ଦିନର ଜଣେ ଜଣେ ପ୍ରତିଷ୍ଠିତ ପ୍ରତିଭା ଭାବେ ପରିଚିତ ହୋଇପାରିବେ ବୋଲି କହିଥିଲେ ।5 P କୁ ନେଇ ସୁଶାସନ କିପରି ଓତଃପ୍ରୋତ ଭାବେ ଜଡିତ ଏବଂ ଏଥିରେ ଗଣମାଧ୍ୟମର ଭୂମିକା ବାବଦରେ ଉପସ୍ଥିତ ସାମ୍ବାଦିକମାନଙ୍କୁ ଉପଦେଶ ଦେଇଥିଲେ ଏହି କାର୍ଯ୍ୟକ୍ରମରେ TRO24 NEWS ଚ୍ୟାନେଲର ମୁଖ୍ୟ ସମ୍ପାଦକ ଶ୍ରୀଯୁକ୍ତ ଅନିନ୍ଦ୍ୟ ରାଜ ଖାଡ଼ଙ୍ଗା ସଭା ସଂଯୋଜନା କରିବା ସହିତ ନ୍ୟୁଜ ଚ୍ୟାନେଲର ବିଶ୍ୱସନୀୟତା, ନେଗେଟିଭ ଅପେକ୍ଷା ପଜିଟିଭ ଖବର ପ୍ରସାରଣ, ବିଶେଷ କରି ଅପହଞ୍ଚ ଗ୍ରାମର ଖବର, ଲୋକଙ୍କ ସମସ୍ୟା ସରକାରଙ୍କ ପାଖରେ ପହଞ୍ଚାଇବ TRO24NEWS ଚ୍ୟାନେଲର ଲକ୍ଷ ବୋଲି ପ୍ରତିପାଦନ କରିଥିଲେ lଅନ୍ୟାନ୍ୟ ସମ୍ମାନିତ ଅତିଥିଭାବେ ଶ୍ରମିକ ସଂଗଠନର ରାଜ୍ୟ ସମ୍ପାଦକ ଶାନ୍ତିଲତା ରାଉତ, BJD ର ଜିଲ୍ଲା ସାଧାରଣ ସମ୍ପାଦକ ଭାଗୀରଥୀ ବଳ ଯୋଗଦେଇ ଗ୍ରାମାଞ୍ଚଳର ପ୍ରତିଭାମାନଙ୍କୁ ସମ୍ମାନିତ କରିବା ଦ୍ୱାରା ସେମାନେ ଲୋକଲୋଚନକୁ ଆସିପାରିବେ ଏବଂ tro24 ର ସମ୍ମାନ ବୃଦ୍ଧି ହେବ ବୋଲି ମତ ରଖିଥିଲେ lଏହି କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାର ବିଭିନ୍ନ କଳା,ସମାଜସେବା ରେ ନିପୁଣ ଥିବା 38 ଜଣ ବ୍ୟକ୍ତିବିଶେଷ, ସଂଗଠନ ପ୍ରତିଭାଧାରୀମାନଙ୍କୁ ଉତ୍ତରୀୟ, ଉପଢୌକନ ସହ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ପରିପ୍ରେକ୍ଷୀରେ TRO24 News ପରିବାରର ରାଜ୍ୟ ପ୍ରତିନିଧି ସେକ ସାହିଦ କଦିରି ଭଦ୍ରକ ଜିଲ୍ଲା ପ୍ରତିନିଧି ଶ୍ରୀଯୁକ୍ତ ସୁବ୍ରଜିତ ପାଲ, କରାମ୍ ରିପୋଟର ମାନସରଞ୍ଜନ ସାହୁ,Adc ସେକ ଗୁଲଫାନ୍, ସୂର୍ଯ୍ୟକାନ୍ତ ମହାଳିକ, ପ୍ରସାନ୍ତ ସହୁ, ସନ୍ତୋଷ ସାହୁ, ପ୍ରଫୁଲ୍ଲ ପତି,ବିଭିନ୍ନ ଜିଲ୍ଲାରୁ ସାମ୍ବାଦିକମାନେ ଉପସ୍ଥିତ ଥିଲେ।

ଭଦ୍ରକ ଜିଲ୍ଲାରୁ ଶୁଭ୍ରଜିତ ପାଲ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *