ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ତିରୋଧାନ ଦିବସ ପାଳିତ

ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ତିରୋଧାନ ଦିବସ ପାଳିତ।
ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ , ଅଦ୍ୱିତୀୟ ଜ ଜନନାୟକ,ସୁସାହିତ୍ୟିକ ବାଗ୍ମୀ ସ୍ୱର୍ଗତ ଅଟଳବିହାରୀ ବାଜପେୟୀଙ୍କ ତିରୋଧାନ ଦିବସ ଅବସରରେ ବିଜେପି କାର୍ଯ୍ୟାଳୟ ଠାରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।ସଂସାରରେ ଜନ୍ମ ହେଲେ ମୃତ୍ୟୁ ସୁନିଶ୍ଚିତ ।କିନ୍ତୁ ବ୍ୟକ୍ତି ର ନିଃସ୍ୱାର୍ଥପର କର୍ମ ସାଧୁତା,ସଚ୍ଚୋଟତା ଓ ଆଦର୍ଶ କର୍ତ୍ତବ୍ୟନିଷ୍ଠା ମଣିଷକୁ ଅମର କରି ରଖିଥାଏ।ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରେଷ୍ଠ ସାଂସଦ ପଦ୍ମ ବିଭୂଷଣ ଅଟଳ ବିହାରୀ ବାଜପେୟୀ ୧୯୨୪ମସିହା ଡିସେମ୍ବର ୨୫ତାରିଖରେ ମଧ୍ୟ ପ୍ରଦେଶର ଗ୍ୱ।ଲିଅରଠାରେ ଜନ୍ମ ଗ୍ରହଣ କରିଥିଲେ।ଦେଶର ତିନିଥର ପ୍ରଧାନମନ୍ତ୍ରୀ ହୋଇଥିବା ଅଟଳ ବିହାରୀ ବାଜପେୟୀ ୨୦୧୮ମସିହା ଅଗଷ୍ଟ ୧୬ତାରିଖରେ ଇହଲିଳା ସମ୍ବରଣ କରିଥିଲେ।୧୯୫୭ମସିହାରେ ୩୩ବର୍ଷ ବୟସରେ ସାଂସଦ ଭାବେ ପ୍ରଥମେ ଉତ୍ତର ପ୍ରଦେଶର ବଳରାମ ପୁର ଆସନରୁ ବିଜୟୀ ହୋଇ ୧୦ଥର ଲୋକସଭାକୁ ଓ ୨ଥର ରାଜ୍ୟ ସଭାକୁ ନିରବଛିନ୍ନଭାବେ ନିର୍ବାଚିତ ହୋଇଥିଲେ।ଛାତ୍ର ଅବସ୍ଥା ରୁ ସଂଘରେ ଯୋଗ ଦେବା ସହ ଜନସଂଘର ସଭାପତି ଓ ୧୯୮୦ମସିହାରେ ଭାରତୀୟ ଜନତାପାର୍ଟିର ପ୍ରତିଷ୍ଠାତା ସଭାପତି ହୋଇଥିଲେ।୧୯୪୨ମସିହାରେ ଓ ୧୯୭୫ଜରୁରୀ କାଳୀନ ପରିସ୍ଥିତିରେ ୨୨ମାସ କାରାବାସ ଭୋଗିଥିଲେ।ତାଙ୍କ ଜନ୍ମ ଦିନକୁ ୨୦୧୪ମସିହା ଠାରୁ ସୁଶାସନ ଦିବସ ଭାବେ ପାଳନ କରାଯାଉଛି।ବାଜପେୟୀଙ୍କ ନେତୃତ୍ୱରେ ଭାରତ ପରମାଣୁ ଶକ୍ତି ସମ୍ପର୍ଣ୍ଣ ରାଷ୍ଟ୍ର ହୋଇଥିଲା।୧୯୯୯ମସିହାରେ ତାଙ୍କ ସମୟରେ ପାକିସ୍ତାନ ପକ୍ଷରୁ ହୋଇଥିବା କାର୍ଗିଲ ଯୁଦ୍ଧରେ ବିଜୟ ହାସଲ କରିଥିଲେ।ବାଜପେୟୀଙ୍କ ସମୟରେ ସ୍ୱର୍ଣ୍ଣଚତୁର୍ଭୁଜ ଓ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ, ନଦୀ ସଂଯାଗୀକରଣ ଯୋଜନା ଆରମ୍ଭ ହୋଇଥିଲା।୨୪ଦଳକୁ ନେଇ ମେଣ୍ଟ ସରକାର ଆରମ୍ଭ କରିଥିଲେ।୧୯୫୯ମସିହାରେ ସଂସଦରେ ସାରଗର୍ଭକ ଭାଷଣ ଦେଇ ନେହେରୁଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।ଏ ଯୁବକ ଦିନେ ଦେଶର ପ୍ରଧାନମନ୍ତ୍ରୀ ହେବେ ବୋଲି ନେହେରୁ କହିଥିଲେ।୧୯୯୬ରୁ ୨୦୦୪ମଧ୍ୟରେ ଦେଶର ଅଣକଂଗ୍ରେସ ଦଶମ ପ୍ରଧାନମନ୍ତ୍ରୀ ଭାବେ ତିନିଥର ଦାୟିତ୍ୱ ଗ୍ରହଣ କରିଥିଲେ।ବାଜପେୟୀ ପ୍ରଥମ ବୈଦେଶିକ ମନ୍ତ୍ରୀ ଯିଏ ଜାତି ସଂଘରେ ହିନ୍ଦୀରେ ଭାଷଣ ଦେଇ ଭାରତର ସୁନାମ ଅର୍ଜନ କରିଥିଲେ। ସେ ଏକାଧାରରେ ଜଣେ ସୁବକ୍ତା, କବି ଲେଖକ,ସାମ୍ବାଦିକ ଓ ରାଷ୍ଟ୍ରନୀତିଞ ଥିଲେ।୧୯୯୨ରେ ପଦ୍ମ ବିଭୂଷଣ,୧୯୯୪ଶ୍ରେଷ୍ଠ ସାଂସଦ ଓ ୨୦୧୪ରେ ଭାରତରତ୍ନ ଉପାଧିରେ ଭୂଷିତ ହୋଇଥିଲେ।ଏହି ଅବସରରେ ଜିଲାର ବିଜେପି ନେତା ରମେଶ ଚନ୍ଦ୍ର ମହାନ୍ତି, ଭଗବାନ ମହାନ୍ତି, ସ୍ୱରୁପାନନ୍ଦ ପଟନାୟକ, ସଞିତ ମଣ୍ଡଳ,ସମାଜିକ କର୍ମୀ ଅଶୋକ ପରିଡା ପ୍ରମୁଖ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତି ଚାରଣ କରିଥିଲେ। ସେ ଜଣେ ସର୍ବଜନ ବିଦିତ ନେତା ଥିଲେ। ତାଙ୍କର ଆଦର୍ଶକୁ ଜୀବନରେ ଲଗାଇ ପାରିଲେ ତାହା ହେବ ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।

Leave a Reply

Your email address will not be published. Required fields are marked *