ଅଟଳ ବିହାରୀ ବାଜପେୟୀ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ପାରିଲେ, ରାମରାଜ୍ୟ ପ୍ରତିଷ୍ଠା ହୋଇପାରିବ

ଭୁବେନଶ୍ବର ୨୫/୧୨ ପୂର୍ବତନ ପ୍ରଧାନମନ୍ତ୍ରୀ, ସୂ ସାହିତ୍ୟିକ, ଆଦର୍ଶ ରାଜନୀତିଞ, ନିଃସ୍ଵାର୍ଥପର ସରଳ ମଣିଷ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଙ୍କ ଆଦର୍ଶ ରେ ଯଦି ଆମେ କିଛି ମାତ୍ରାରେ ଅନୁପ୍ରାଣିତ ହୋଇ ପାରିବା, ନିଶ୍ଚିତ ଜଣେ ସୁ ନାଗରିକ ହୋଇପାରିବା । ବିଶେଷ କରି ଆଜିର ରାଜ ନେତା ମାନେ ତାଙ୍କ ଜନ୍ମ ଦିନରେ କେବଳ ଫୁଲମାଳ ଦେଇ ଗୁଣ ଗାନ କରିଦେଲେ ହେବା ନାହିଁ ତାଙ୍କ ପରି ଦକ୍ଷ, ନିର୍ଭୀକ ସଚ୍ଚୋଟ ଦେଶ ପ୍ରେମୀ ହୋଇପାରିଲେ ଭାରତ ସୁନିଶ୍ଚିତ ଭାବେ ରାମରାଜ୍ୟ ହୋଇପାରିବ ବୋଲି ଆଜି ଭୁବେଶ୍ବର ବୁଦ୍ଧ ମନ୍ଦିର ସ୍ଥିତ ସମ୍ମିଲନି କକ୍ଷ ରେ ଅନ୍ତ୍ରଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଟାନ ଓ ଜର୍ଣାଲିଷ୍ଟ ୱେଲଫାର୍ ଫାଉଣ୍ଡେସନ ପକ୍ଷରୁ ଅନୁଷ୍ଠିତ ଉତ୍ସବ ଅବସରରେ ଉଭୟ ପ୍ରତିଷ୍ଠାନ ର ସଭାପତି ସମାଜସେବୀ ଶ୍ରୀ ସୁଶାନ୍ତ କୁମାର ସାବତ ମତବ୍ୟକ୍ତ କରିଥିଲେ।ମୁଖ୍ୟ ବକ୍ତା ଭାବେ ପଦ୍ମଶ୍ରୀ ଡ ଦେବୀପ୍ରସନ୍ନ ପଟ୍ଟନାୟକ ଯୋଗଦେଇ ସୁସ୍ଥ ଓ ବିକଶିତ ରାଷ୍ଟ୍ର ନିର୍ମାଣ ରେ ଅଟଲ ବିହାରୀ ବାଜପେୟୀ ଙ୍କ ପରି ବିଚକ୍ଷଣ ସୁସାକ ଙ୍କ ଆବଶ୍ୟକତା ରହିଛି। ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କଣ୍ଠ ଶିଳ୍ପୀ ଶ୍ରୀମତି ସୂସ୍ମିତା ଦାସ ଅନ୍ତର୍ଜାତୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ହେବାକୁ ଥିବା ବିଶ୍ବ ସମ୍ମିଳନୀ ଓଡ଼ିଆ ଙ୍କ ପାଇଁ ଗର୍ବର ବିଷୟ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଚଳଚିତ୍ର ପ୍ରଯୋଜକ ତଥା ଅଭିନେତା ଶ୍ରୀ ଧିରେନ୍ ତ୍ରିପାଠୀ ଅତିଥିଭାବେ ଯୋଗଦେଇ ଓଡ଼ିଶାର କଳା ସଂସ୍କୃତି ଉପରେ ଆଲୋକପାତ କରିଥିଲେ।ଏହି ଅବସରରେ ପଦ୍ମଶ୍ରୀ ଡ ପଟ୍ଟନାୟକ ,ଗାୟିକା ଶ୍ରୀମତି ସୂସ୍ମିତା ଦାଶ ଓ ଅଭିନେତା ଧିରେନ ଙ୍କୁ ପ୍ରତିଷ୍ଠାନ ତରଫରୁ ଅଙ୍ଗବସ୍ତ୍ର ଦେଇ ଶ୍ରୀ ସାବତ ସମ୍ମାନିତ କରିଥିବା ବେଳେ ଶ୍ରୀମତି ସଂଯୁକ୍ତା ପଣ୍ଡା, ଶ୍ରୀ ସାଇ ପ୍ରସାଦ ପରିଡ଼ା, ଶ୍ରୀମତି ପୁଷ୍ପାଞ୍ଜଳୀ ମହାପାତ୍ର, ଶ୍ରୀମତି ସାଧନା ପାଢ଼ୀ, ନିଳୀମା ଦାସ, ଏସ ଶୋଭା ରାଣୀ , ଶ୍ରୀ ତପନ ପାଣ୍ଡବଙ୍କୁ ମୋମେଣ୍ଟ ପ୍ରଦାନ କରାଯାଇଥିଲା। ପ୍ରାରମ୍ଭ ରେ ଅଟଳ ଙ୍କ ଫୋଟୋ ଚିତ୍ରରେ ପୁଷ୍ପ ଅର୍ପଣ ସହ ପ୍ରଦୀପ ପ୍ରଜ୍ବଳନ କାଯାଇଥିଲା।

Leave a Reply

Your email address will not be published. Required fields are marked *