ବାଲିକୁଦା ଆମ୍ବଶାଳ ଠାରେ ଅଟଳ ବସ ଷ୍ଟାଣ୍ଡ ଲୋକାର୍ପିତ
12/01/26*ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଆମ୍ବଶାଳ ଠାରେ ଅଟଳ ବସ ଷ୍ଟାଣ୍ଡ ଲୋକାର୍ପିତ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଭାସୀ ମାଧ୍ୟମରେ ଏହି ନୂତକ ବସ ଷ୍ଟାଣ୍ଡ କୁ ଉଦଘାଟନ କରିଥିଲେ । ଆଜିର ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ, ସ୍ଥାନୀୟ ବିଧାୟକ ସାରଦା ପ୍ରସନ୍ନ ଜେନା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ, ଜିଲ୍ଲାପାଳ ଜେ ସୋନାଲ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦେଇ ଥିଲେ । ତେବେ ଏହି ବସ ଷ୍ଟାଣ୍ଡ ବାଲିକୁଦା ଓ ଏରସମା ଅଞ୍ଚଳର ଶତାଧିକ ଲୋକଙ୍କ ସେବାରେ ଲାଗିବ । ତେଣୁ ଆଜି ଠାରୁ ଏହା କାର୍ଯ୍ୟକ୍ଷମ ହେଇ ଥିବାରୁ ଅଞ୍ଚଳ ବାସୀ ବେଶ ଖୁସି ଥିବା ଦେଖାଯାଇଛି । ତେବେ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ଙ୍କ ଏହି କାର୍ଯ୍ୟକ୍ରମ କୁ ବିଭିନ୍ନ ମହଲରେ ସ୍ୱାଗତ କରାଯିବା ସହିତ ସାଂସଦ ଓ ବିଧାୟକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ କୃତଜ୍ଞତା ଜଣାଇଛନ୍ତି ।
