ଭାଲୁ ଆକ୍ରମଣ ରେ ଆହତ ହୋଇଥିବା ଯୁବକ କର ମୃତ୍ୟୁ

ଭାଲୁ ଆକ୍ରମଣ ରେ ଆହତ ହୋଇଥିବା ଯୁବକ କର ମୃତ୍ୟୁ
ଧର୍ମଶାଳା – ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜେନାପୁର ଥାନା ସମ୍ପାରୁ ପଂଚାୟତ ତୁରଙ୍ଗ ଗ୍ରାମର ଜଳଧର ଜେନାଙ୍କ ପୁଅ ଚିନ୍ମୟ ଯେନା ଗତ ଅଗଷ୍ଟ ମାସ 27ତାରିଖ ରେ ଭାଲୁ ଆକ୍ରମଣ ରେ ଆହତ ହୋଇ ଗୁରୁତର ଅବସ୍ଥାରେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇଥିଲେ l ସେଠାରେ ଚିନ୍ମୟ ର ଅବସ୍ଥା ଶଙ୍କଟାପନ୍ନ ହେବାରୁ ତାକୁ କଟକ ର ଏକ ଘରୋଇ ହସ୍ପିଟାଲ କୁ ଉତ୍ତମ ଚିକିତ୍ସା ପାଇଁ ପରିବାର ଲୋକ ନେଇଯାଇଥିଲେ l ସେଠାରେ ଚିନ୍ମୟ ର ମୃତ୍ୟୁ ହୋଇଛି ବୋଲି ଜଣା ପଡିଛି l ଆଜକୁ ଚାରି ମାସ ହେବ ଚିନ୍ମୟ ଙ୍କର ବିବାହ ହୋଇଥିଲା l ଘରେ ପତ୍ନୀ ବାପା ମା ଅଛନ୍ତି l ପ୍ରକାଶ ଯେ ଏହି ନିର୍ଦ୍ଧିଷ୍ଟ ଅଂଚଳ ରେ ବାରମ୍ବାର ଭାଲୁ ଆକ୍ରମଣ ରେ ସାଧାରଣ ଲୋକ ଶିକାର ହେଉଛନ୍ତି l ଏହାର କାରଣ ନିକଟରେ ନିଶ୍ଚନ୍ତା ପାହାଡ଼ ଜଙ୍ଗଲ ଶୂନ୍ୟ ହେଇଗଲାଣି ଫଳରେ ଜଙ୍ଗଲ ଜନ୍ତୁ ଗାଁ ମୁହାଁ ହେବାରୁ ଲୋକମାନେ ଭାଲୁ ଆକ୍ରମଣ ର ଶିକାର ହେଉଛନ୍ତି l ଏଥିରୁ ବନ ବିଭାଗ ର ପାରିବା ପଣିଆ ଜଜ ଜଜ ପରି ଦେଖା ଯାଉଛି l ଯଦି ବନ ବିଭାଗ ଜଙ୍ଗଲ ଓ ଜୀବଜନ୍ତୁ ମାନଙ୍କୁ ସୁରକ୍ଷା ଦେଇ ପାରନ୍ତେ ତେବେ ଏଭଳି ସାଧାରଣ ଲୋକ ଭାଲୁ ଆକ୍ରମଣ ର ସମ୍ମୁଖୀନ ହୁଅନ୍ତେ ନାହିଁ ବୋଲି ସାଧାରଣ ରେ ଦାବି ହେଉଛି

Leave a Reply

Your email address will not be published. Required fields are marked *