ମୁନିସିପାଲଟି 18 ନମ୍ବର ୱାର୍ଡର ଜମିବାଡି ବିବାଦ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ

Date:- 28/08/2025Place:- bhadrak :- ଭଦ୍ରକ ମୁନିସିପାଲଟି 18 ୱ।ଡ ନିଜ ପୈତୃକ ସଂପତ୍ତି ରେ ଘର କରିବାକୁ କେନ୍ଦ୍ର କରି ଗଣ୍ଡଗୋଳ 7 ଜଣ ଆହତ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ଘଟଣାରୁ ଜଣା ପଡିଛି ଜରିନା ବିବି ତାଂକ ପୈତୃକ ସଂପତ୍ତି ରେ ଘର କରିବାକୁ କାମ ଆରମ୍ଭ କରିଥିଲେ । ତାଙ୍କ ପୁତୁରା ଭିକି ରକି ତାଙ୍କ ପରିବାର ଏକତ୍ରିତ ହୋଇ ଲୁହା ପାଇପ ବାଉଁସରେ ଆକ୍ରମଣ କରିଥିଲେ କାହାର ହାତ ଭାଙ୍ଗି ଯାଇଛି ତ ଆଉ କାହାର ଛାତି କୁ ମାଢ ହୋଇ ଛି ।

ଅଭିଯୋଗ ନେଇ ପୁରୁଣା ବଜାର ଥାନା ରେ କହିଲେ ମଧ୍ୟ ପୁରୁଣା ବଜାର ଥାନା ଅଧିକାରୀ କୈାଣସି ପଦକ୍ଷେପ ନେଉନାହାନ୍ତି। ଏଫ୍ ଆଇ ଆର୍ ଲ୍ଞ ମଧ୍ୟ କରୁ ନାହାନ୍ତି । ଧମକ ଚମକ ମଧ୍ୟ ଆସୁଛି । ଯଦି ଅଭିଯୋଗ ଆଧାରରେ ଆସାମୀ କୁ ନ ଧରନ୍ତି ତାହାହେଲେ ଏସ୍ପିଙ୍କ ଦ୍ବାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି। ଆହାତ ହୋଇ ଥିବା ମୟୁମୁନା ବିବି ନଗମା ବିବି,ରଜିୟା ଖାତୁନ,ଆଶିଫା ଖାତୁନ । ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

Leave a Reply

Your email address will not be published. Required fields are marked *