ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ
ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ। ଅଭିଯୁକ୍ତ କୋର୍ଟ ଚାଲାଣ।
କାକଟପୁର – ଗତ ୧୧ ତାରିଖ ସନ୍ଧ୍ୟାରେ ଜଣେ ନାବାଳିକା ଖେଳୁଥିବା ସମୟରେ ତାର ବଡବାପା ମନ୍ଦ ଉଦ୍ଦେଶ୍ୟ ରଖି ତାକୁ ନିଜ ଘରକୁ ଡ଼ାକି ଥିଲା। ତାର ଡ୍ରେସ ଖୋଲି ଓ ନିଜେ ଲଙ୍ଗଳା ହୋଇ ତାକୁ ଖଟ ଉପରେ ଜାବୁଡ଼ି ଧରି ଦୁଷ୍କର୍ମ କରିବାକୁ ଚେଷ୍ଟା କରିବା ବେଳେ ଝିଅଟି କାନ୍ଦି ଥିଲା। କାନ୍ଦ ଶୁଣି ଝିଅର ମା ସେଠାରେ ପହଞ୍ଚି ଝିଅକୁ ଉଦ୍ଧାର କରିଥିଲା। ମାତ୍ର ଅଭିଯୁକ୍ତ ଝିଅର ମା ଗୋଡ଼ ଧରି ଭୁଲ ମାଗି ଥିଲା ଓ କାହାକୁ ନ କହିବାକୁ ଅନୁରୋଧ କରିଥିଲା। ରିପୋର୍ଟ ପାଇବା ପରେ ଅଭିଯୁକ୍ତକୁ ଗିରଫ କରାଯାଇଛି। ତାର ଡାକ୍ତରୀ ମଇନା ପରେ ପୁରୀ ପୋସ୍କୋ କୋର୍ଟ କୁ ଚାଲାଣ କରାଯାଇଛି । ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ବାଙ୍ଗୁରିଗାଁ ର ନବକିଶୋର ସାହୁ। କାକଟପୁର ଥାନା ପୋଲିସ ୧୪୩/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ନେଇ ଥାନା ଅଧିକାରୀ ଉମେଶ ଚନ୍ଦ୍ର ସାହୁ ସୁଚନା ଦେଇଛନ୍ତି।
