ବେଙ୍ଗାଲୁରୁରେ ମହାବାଣିଜ୍ୟ ଦୂତାବାସ ସ୍ଥାପନ କରିବ ଅଷ୍ଟ୍ରେଲିଆ

ସିଡନୀ,୨୪।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦିନିଆ ଅଷ୍ଟ୍ରେଲିଆ ଗସ୍ତ ସମୟରେ ବ୍ରିସବେନରେ ଖୁବ ଶୀଘ୍ର ଏକ ନୂତନ କନସୁଲେଟ ଖୋଲାଯିବ ବୋଲି ଘୋଷଣା କରିଛନ୍ତି। ଏହି ସମୟରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେ ବେଙ୍ଗାଲୁରୁରେ ଏକ ନୂତନ କନସୁଲେଟ ଜେନେରାଲ ପ୍ରତିଷ୍ଠା କରିବାକୁ ଘୋଷଣା କରିଛନ୍ତି। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ ବୁଧବାର ଭାରତର ବେଙ୍ଗାଲୁରୁରେ ଏକ ନୂତନ ଅଷ୍ଟ୍ରେଲିୟ କନସୁଲେଟ (ମହାବାଣିଜ୍ୟ ଦୂତାବାସ) ଖୋଲିବାକୁ ଘୋଷଣା କରିଛନ୍ତି। ସେ କହିଛନ୍ତି ଏହା ଦେଶର ବ୍ୟବସାୟକୁ ଭାରତର ବଢୁଥିବା ଡିଜିଟାଲ ଏବଂ ନବସୃଜନ ଇକୋସିଷ୍ଟମ ସହିତ ଯୋଡିବାରେ ସହାୟକ ହେବ। ବେଙ୍ଗାଲୁରୁରେ ନୂତନ ଦୂତାବାସ ପ୍ରତିଷ୍ଠା ହେବା ସହିତ ଏହା ଭାରତରେ ଅଷ୍ଟ୍ରେଲିଆର ପଞ୍ଚମ ଦୂତାବାସ ହେବ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏଠାକୁ ଆସିଥିବାରୁ ଏବଂ ସ୍ବାଗତ ପାଇଁ ମୁଁ ପୁଣିଥରେ ଧନ୍ୟବାଦ ଜଣାଉଛି। ମୁଁ ସେପ୍ଟେମ୍ବରରେ ଜି -୨୦ନେତାଙ୍କ ସମ୍ମିଳନୀରେ ଯୋଗଦେବାକୁ ଭାରତ ଯିବାକୁ ଅପେକ୍ଷା କରିଛି ବୋଲି ଆଲବାନିଜ କହିଛନ୍ତି।

Leave a Reply

Your email address will not be published. Required fields are marked *